ଆଜି ମଧ୍ୟ ଏପରି ଅନେକ ରହସ୍ୟ ମାଟିରେ ପୋତି ହେଇ ରହିଛି | ଯାହା ଆମ ର ପୁରାତନ ସଂସ୍କୃତି ଅଟେ | ପୁରାତତ୍ବ ବିଭାଗ ମାଟି ଖୋଲିବା ସମୟ ରେ ଏହି ସବୁ ଅନେକ କିଛି ଜିନିଷ ଉଦ୍ଧାର ହେଇଥାଏ |
ଏହିପରି କିଛି ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ ରେ ମାଟି ଖୋଲିବା ସମୟ ରେ | ଏଠାରେ ମାଟି ଖୋଲିବା ସମୟ ରେ ଏକ ଶିବଲିଙ୍ଗ ଉଦ୍ଧାର ହେଇଚି ଯାହା କି ପ୍ରାୟ 2000 ବର୍ଷ ପୁରୁଣା ଅଟେ | ଏହି ଜୋତିର୍ଲିଙ୍ଗ ପଥର ରେ ନିର୍ମିତ ଅଟେ |
ଏହି ଜୋତିର୍ଲିଙ୍ଗ ରୁ ତୁଳସୀପତ୍ର ବାସ୍ନା ଆସିଥାଏ | ଏହା ର ଉଚତା 4 ଫୁଟ ଲମ୍ବା ଓ ଚୌଡା 2.5 ଫୁଟ ଅଟେ | ଏହିପରି ଅସକ୍ଷ୍ୟ ଶିବଲିଙ୍ଗ ମାଟି ତଳେ ପୋତି ହେଇରହିଛି ଏବଂ ଏହି ସବୁ ସ୍ଥାନ ରେ ପୂର୍ବ ରୁ ଶିବ ମନ୍ଦିର ଥିଲା | ଯାହା କୁ ରାଜା ମହାରାଜା ମାନେ ନିର୍ମାଣ କରିଥିଲେ |
ଦ୍ୱିତୀୟ ଶତାବ୍ଦୀ ରେ ଚିତ୍ରୋପଳା ମହାନଦୀ ରେ ବନ୍ୟା ଆସିବା ଦ୍ୱାରା ଅନେକ ବିଶାଳ ମନ୍ଦିର ସମ୍ପୂର୍ଣ ରୂପେ ଧ୍ବଂସ ପାଇଯାଇଥିଲା | ଏବଂ ମାଟି ରେ ପୋତି ହେଇଯାଇଥିଲା | କିନ୍ତୁ ବିଗତ ଦିନ ରେ ଏହି ଶିବଲିଙ୍ଗ ର ଉଦ୍ଧାର ପରେ ସବୁ ଲୋକେ ଆଶ୍ଚଯ୍ୟ ହେଇଯାଇଛନ୍ତି I ଗବେଷଣା ରୁ ଜଣାଯାଇଛି ଏହା 2000 ବର୍ଷ ପୁରୁଣା ଶିବଲିଙ୍ଗ ଅଟେ |