ବନ୍ଧୁଗଣ ସମାଜସେବୀ ଆଦିତ୍ୟ ଦାସ୍ ଙ୍କୁ ନେଇ ଏକ ବଡ଼ ଖବର ସାମ୍ନା କୁ ଆସିଛି । ସମାଜ ସେବୀ ଆଦିତ୍ୟ ଦାସ୍ ଙ୍କ ର 2020 ମସିହା ଜୁଲାଇ 7 ତାରିଖରେ ଟ୍ରେନ ଲାଇନରେ ରହସ୍ୟ ଜଣକ ମୃତ୍ୟୁ ହୋଇଥିଲା । ଆଉ ତାଙ୍କ ମୃତ୍ୟୁ କୁ ନେଇ କ୍ରାଇମବ୍ରାଞ୍ଚ ଅନେକ କିଛି ତଦନ୍ତ କରିବା ପରେ ମଧ୍ଯ କୌଣସି ପ୍ରମାଣ ପାଇନଥିଲା ।
ସେ ନିଜେ ଆ-ତ୍ମ-ହ-ତ୍ୟା କରିଥିଲେ କି ତାଙ୍କୁ ହତ୍ୟା କରା ଯାଇଥିଲା ଏହାର କୌଣସି ପ୍ରମାଣ ମିଳି ନଥିଲା । ଆଉ କିଛି ଲୋକ ଆଦିତ୍ୟ ଦାସ୍ ଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଙ୍କ ନାଁ ରେ ମିଥ୍ୟା ଆରୋପ ଲଗାଇ ଥିଲେ ଯେ ବିଦ୍ୟାଶ୍ରୀ ତାଙ୍କ ସ୍ଵାମୀ ଆଦିତ୍ୟ ଦାସ୍ ଙ୍କୁ ମାରିଛନ୍ତି । ହେଲେ 2020 ମସିହା ଜୁଲାଇ 7 ତାରିଖ ଦିନ ସମାଜ ସେବୀ ଆଦିତ୍ୟ ଦାସ୍ ଙ୍କ ମୃତ ଶରୀର ଟ୍ରେନ୍ ଲାଇନ ରୁ ମିଳି ଥିଲା ।
କିନ୍ତୁ ସମାଜ ସେବୀ ଆଦିତ୍ୟ ଦାସ୍ କେବେ ହେଲେ ଏ ଭଳି ଆତ୍ମ ହତ୍ୟା କରିବେ ନାହିଁ ବୋଲି ତାଙ୍କ ସ୍ତ୍ରୀ ଓ ତାଙ୍କ ବାପା ମାଆ ଜୋର୍ ଦେଇ କହିଥିଲେ । ହେଲେ କୌଣସି ପ୍ରମାଣ ନ ମିଳିବାରୁ ସମାଜସେବୀ ଆଦିତ୍ୟ ଦାସ୍ ଙ୍କ ମୃତ୍ୟୁ ଘଟଣା ର କେଶ୍ କୁ ବନ୍ଦ୍ କରି ଦିଆ ଯାଇଥିଲା । ହେଲେ ଏବେ ଏକ ଖବର ସାମ୍ନା କୁ ଆସିଛି ।
ସମାଜସେବୀ ଆଦିତ୍ୟ ଦାସ୍ ମାଆ ଏବଂ ତାଙ୍କ ସ୍ତ୍ରୀ କହୁଛନ୍ତି ଯେ ଆଦିତ୍ୟ ଦାସ୍ ଙ୍କୁ ବିକାଶ ମ-ର୍ଡ-ର କରିଛି । ଆଦିତ୍ୟ ଦାସ୍ ଏକ ବୃଦ୍ଧାଶ୍ରମ୍ ଖୋଲିଥିଲେ । ଆଉ ସେଠୀ ଅନେକ ବୃଦ୍ଧା ମାନେ ଆସି ରହୁଥିଲେ । ବୃଦ୍ଧାଶ୍ରମ ଚଳାଇବା ପାଇଁ ଲୋକ ମାନେ ଅନେକ ସାହାଯ୍ୟ ମଧ୍ୟ କରୁଥିଲେ । ହେଲେ ବିକାଶ ସେ ପଇସା କୁ ଆଶ୍ରମ ରେ ଦିଏ ନାହିଁ । ଆଉ ଆଶ୍ରମ ରୁ ଚାଉଳ ଡାଲି ଅଟା ତେଲ ଇତ୍ୟାଦି ଜିନିଷ ନେଇ ଯାଏ । ସେ। ଚାହିଁଥିଲା ଯେ ସେ ନିଜେ ଗୋଟେ ଆଶ୍ରମ ଖୋଲିବ |
ଆଉ ପବ୍ଲିକ୍ ଙ୍କ ପଇସା ଖାଇବ ସେଥିପାଇଁ ସେ ଆଦିତ୍ୟ ଦାସ୍ ଙ୍କୁ ମ-ର୍ଡ-ର କରିଛି ବୋଲି ଆଦିତ୍ୟ ଦାସ୍ ଙ୍କ ମାଆ ଗଣ ମାଧ୍ୟମ ରେ କହିଛନ୍ତି। ସେ କହିଛନ୍ତି ଯେ ପୁଣି ଥରେ ଏହି କେଶ୍ କୁ ରିଓପନ୍ କରା ଯାଉ ଏବଂ ତାଙ୍କ ପୁଅ ର ଦୋଷୀ କୁ ଦଣ୍ଡ ଦିଆ ଯାଉ।।