IPL: ଦେଖନ୍ତୁ Rohit Sharma ରାଜସ୍ତାନକୁ ଚଳକୀରେ ହରାଇଲେ ତ Sachin,Sehwag,Dhoni କରିଲେ ଏମିତି ଡିମାଣ୍ଡ… ରୋହିତ ଶର୍ମା ଫ୍ୟାନ ମାନେ ଖସିରେ ନାଚି ଉଠିଲେ

IPL 2020 ର 20 ତମ ମୁକାବିଲାରେ ମୁମ୍ବାଇ ଇଂଡିଆନ୍ସ,ରାଜସ୍ଥାନ ରୟଲସ କୁ 57 ରନରେ ପରାସ୍ତ କରିଛି | ଏହାପୂର୍ବରୁ ମୁମ୍ବାଇ ଇଂଡିଆନ୍ସ ଦଳ ରାଜସ୍ଥାନ ଠାରୁ ଲଗାତାର ପରାସ୍ତ ହୋଇ ଆସୁଥିଲା | ଏହି ପାଞ୍ଚ ବର୍ଷ ମଧ୍ୟରେ ମୁମ୍ବାଇ ଇଂଡିଆନ୍ସ ପ୍ରଥମଥର ପାଇଁ ରାଜସ୍ଥାନ ରୟଲସ କୁ ପରାସ୍ତ କରିଛି | ଏହି ବିଜୟ ପରେ ମୁମ୍ବାଇ ଇଂଡିଆନ୍ସ ଅଙ୍କ ତାଲିକାରେ ପ୍ରଥମ ସ୍ଥାନକୁ ପହଂଚିଛି |

ଏହିମୁକାବିଲାରେ MI ପ୍ରଥମ ବ୍ୟାଟିଂ କରି 4 ଉଇକେଟ ହରାଇ 193 ରନ ସଂଗ୍ରହ କରିଥିଲା | ଏହାର ଉତ୍ତରରେ RR 19ତମ ଓଭର ରେ 136 ରନ ସଂଗ୍ରହ କରି ଅଲଆଉଟ ହୋଇଯାଇଥିଲା | MI ତରଫରୁ ଯଶପ୍ରୀତ ବୁମରା ସର୍ବାଧିକ 4 ଉଇକେଟ ନେଇଥିଲେ | ଲକ୍ଷର ପିଛା କରୁଥିବା RR ର ଆରମ୍ଭ ଅତ୍ୟନ୍ତ ଖରାପ ଥିଲା | ଆରଂଭରୁ ହିଁ RR ର ଗୋଟିଏ ପରେ ଗୋଟିଏ ଉଇକେଟ ଖସି ଚାଲିଥିଲା | ରାଜସ୍ଥାନ ରୋୟାଲସ ତରଫରୁ ଜୋସ ବଟଲର ଏକାକୀ ଯୁଧ୍ୟ କରି 44 ବଲରୁ 70 ରଂ ସଂଗ୍ରହ କରି ଆଉଟ ହୋଇଯାଇଥିଲେ |

ବାସ୍ତବରେ ସେ ନିଜ ଦଳକୁ ଜିତାଇ ପାରିନଥିଲେ କିନ୍ତୁ ଏକ ସ୍ମରଣୀୟ ପାଳି ଖେଳିଯାଇଥିଲେ | MI ର ଏହି ବିଜୟ ପରେ ଅନେକ ମହାନ ଖେଳାଳି ପ୍ରତିକ୍ରିୟା ଦେଇଛନ୍ତି | ଆସନ୍ତୁ ଜାଣିବା କିଏ କଣ କହିଛନ୍ତି |

ହରଭଜନ ସିଂ

ହରଭଜନ ସିଂ କହିଛନ୍ତି ଯେ, ‘ବିଜୟ ପାଇଁ ମୁମ୍ବାଇ ଇଂଡିଆନ୍ସକୁ ଅନେକ ଅନେକ ଶୁଭେଚ୍ଛା | ବୁମ ବୁମ ବୁମରା ଏହି ମୁକାବିଲାରେ ଜବରଦସ୍ତ ବୋଲିଂ କରି ଦଳକୁ ଜିତାଇଛନ୍ତି | ରୋହିତ ଶର୍ମାଙ୍କ ବିଷୟରେ କହିବାକୁ ଗଲେ ସେ ଆଜିକାର ମୁକାବିଲାରେ ଯେପରି ଅଧିନାୟକତ୍ୱ ଦେଖାଇଛନ୍ତି ତାହା ସାରା ଭାରତ ଦେଖିଲା | ଏଥିରେ ହରଭଜନ ଯଶପ୍ରୀତ ବୁମରା ଏବଂ ରୋହିତ ଶର୍ମାଙ୍କର ତାରିଫ କରିଛନ୍ତି |

ଆର.ପି. ସିଂ
ଆର.ପି. ସିଂ ଲେଖିଛନ୍ତି ଯେ ‘ୟେ କ୍ୟା ବୁମରା ତେରା କ୍ୟା କହନା, ବୋଲ୍ଟ ଏବଂ ପାଟିନସନ ମଧ୍ୟ ଆଜି ଭଲ ପ୍ରଦର୍ଶନ କରିଛନ୍ତି | ଆଜିର ମ୍ୟାଚ କୁ ଆମେ ସମସ୍ତେ ଅପେକ୍ଷା କରିଥିଲୁ | ଆଜିର ଏହି ମ୍ୟାଚରେ ଆକ୍ରମଣାତ୍ମକ ପେସ ଦେଖିବାକୁ ମିଳିଥିଲା | ଯାହାଫଳରେ ତୁମେ ବିଜୟୀ ହୋଇଥିଲ | ଏଠି ପାଇଁ ତୁମକୁ ଢେର ସାରା ଶୁଭକାମନା |

ମୋନଜ ତିୱାରୀ
ମୋନଜ ତିୱାରୀ ଲେଖିଛନ୍ତି ଯେ, ‘ଏକ ଅତ୍ୟନ୍ତ ସୁନ୍ଦର ମ୍ୟାଚ ଦେଖିବାକୁ ମିଳିଥିଲା | ସୁନ୍ଦର ମ୍ୟାଚରେ ସୁନ୍ଦର ବୋଲିଂ ଦେଖିବାକୁ ମିଲିଥଲା | ଯଶପ୍ରୀତ ବୁମରା ପଡିଆରେ ଯାଦୁ କଲା ଭଳି ବୋଲିଂ କରିଥିଲେ | ମ୍ୟାଚରେ ଜୋସ ବଟଲର ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ | ଶେଷରେ ଜଣେ ଭଲ ଅଧିନାୟକଙ୍କ ବିଜୟ ହୋଇଥିଲା |

ବୀରେନ୍ଦ୍ର ସେହବାଗ

ବୀରେନ୍ଦ୍ର ସେହବାଗ କହିଛନ୍ତି ଯେ,’ଏ କଣ କରୁଛ ମୁମ୍ବାଇ ଦଳ ? କାହାକୁ ଗୋଟେ ତୋ ଛାଡ, ସବୁ ଦଳକୁ ହରାଇ ତୁମେ ଅଙ୍କ ତାଲିକାରେ ସବା ଉପରକୁ ଆସି ଯାଇଛ | ତୁମ ସମସ୍ତଙ୍କୁ ଅଭିନନ୍ଦନ | ଅଧିନାୟକ ରୋହିତ ଶର୍ମା ଏବଂ ବୁମରା ଙ୍କ ପ୍ରଦର୍ଶନ କୁ ପ୍ରଶଂସା କରି କହିଛନ୍ତି, ବୁମରା ତେର କ୍ୟା କହନା | ଅଧିନାୟକ ରୋହିତଙ୍କୁ 10ରୁ 10 ଅଙ୍କ ମିଳିବ ଉଚ୍ଚିତ |

ସଚିନ ତେନ୍ଦୁଲକର
ସଚିନ ତେନ୍ଦୁଲକର ଲେଖିଛନ୍ତି ଯେ, କେତେ ଆଶ୍ଚର୍ଯ୍ୟ ଜନକ ପ୍ରଦର୍ଶନ କରିଲ, ଉଭୟ ଭଲ ବ୍ୟାଟିଂ ଏବଂ ବୋଲିଂ ମୁମ୍ବାଇ ପଲଟନ ଆରମ୍ଭରୁ ଉଇକେଟ ନେବାରେ ଲାଗିଥିଲା | ବୁମରାଙ୍କ ବିଷୟରେ ଆଉ କଣ କହିବି ତାଙ୍କ ପାଇଁ ହିଁ ଆଜି ଏହି ବିଜୟ ଲାଭ କରିଛି | ତୁମମାଙ୍କର ମୁକାବିଲା ସନ୍ଧ୍ୟାରେ ଦେଖିବା ପରେ ମୁ ଆନନ୍ଦିତ ହୋଇଯାଇଥିଲି |’

Share Your Views In Comments Below

comments