ଗୁଜୁରାଟ ର ନର୍ମଦା ୟୁନିଭର୍ସିଟି ଅନ୍ତର୍ଗତ ବଲସାଡ ର ଶାହା କେ.ଏମ. ଆଇନ କଲେଜ ର ଜଣେ ମହିଳା ପ୍ରଫେସର , ଇନଚାର୍ଜ କୁଳପତି ଡକ୍ଟର ହେମାଳି ଦେଶାଇ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମହିଳା ଆୟୋଗ, କଲେକ୍ଟର, ପୋଲିସ ଆୟୁକ୍ତ ମକୁ ଚିଠି ଲେଖି କଲେଜର ପ୍ରିନ୍ସପାଲଙ୍କ ବିରୋଧରେ ଯୌନ ନିର୍ଯାତନା ର ଅଭିଯୋଗ କରିଛନ୍ତି |
ମହିଳା ପ୍ରଫେସର ନିଜ ଅଭିଯୋଗରେ କହିଛନ୍ତି ଯେ, ସେ ଶ୍ରେଣୀରେ ପିଲାମାନଙ୍କୁ ପଢ଼ାଇଲା ବେଳେ ଇନଚାର୍ଜ ପ୍ରିନ୍ସପାଲ ତାଙ୍କ ଶରୀରର ପଛଭାଗକୁ ଜୁମ କରି ଦେଖନ୍ତି | ମୋର ପଢ଼ାଇବା ସମୟ ଏକ ଘଣ୍ଟା ଥାଏ | କ୍ଲାସ ନେବା ପୂର୍ବରୁ ସେ ୱାସରୁମ କୁ ଗଲା ବେଳେ ମଧ୍ୟ ପ୍ରିନ୍ସପାଲ କ୍ୟାମେରାକୁ ଜୁମ କରିକି ତାଙ୍କୁ ଦେଖନ୍ତି |
ତାଙ୍କ ଖବର ନେବାପାଇଁ ତାଙ୍କ ପଛରେ ଚପରାଶି ଙ୍କୁ ପଠେଇଦିଅନ୍ତି | ଯଦି କ୍ଲାସ କୁ ଯିବାର ବିଳମ୍ବ ହେଲେ ନିଜ କ୍ୟାବିନକୁ ଡାକି ପଚାରନ୍ତି ଯେ ୱାସରୁମ ରେ ଏତେ ସମୟ କଣ କରୁଥିଲ ? ଏତେ ବିଳମ୍ବ କାହିଁକି ହେଲା ? ଯେବେ ବି ତାଙ୍କୁ ଥଣ୍ଡା କିମ୍ବା କାଶ ହୁଏ ମଦ ପିଇବାକୁ ପରାମର୍ଶ ଦିଅନ୍ତି | ଅଶ୍ଳୀଳ ଭାଷାର ମଧ୍ୟ ବ୍ୟବହାର କରନ୍ତି |
ଏସମ୍ପର୍କରେ ଇନଚାର୍ଜ କୁଳପତି ଡକ୍ଟର ହେମାଳି ଦେଶାଇ କହିଛନ୍ତି ଯେ, ତାଙ୍କୁ ମହିଳା ପ୍ରଫେସରଙ୍କ ଅଭିଯୋଗ ପତ୍ର ମିଳିଛି | ଏହି ମାମଲାରେ ଯାଞ୍ଚ କମିଟି ତିଆରି କରି ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |