IPL 2020: କଲିକତା ଜିତିବା ପରେ ଅଧିନାୟକ କାର୍ତ୍ତିକ କରିଲେ ଏମିତି ଇସାରା କି ହାତ ଯୋଡି ବା ପାଇଁ ବାଧ୍ୟ ହେଇଗଲେ ଶାହାରୁଖ ଖାନ.. ଦେଖନ୍ତୁ VIDEO

IPL 2020 RR Vs KKR: ଆଇପିଏଲ (IPL) ରେ ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ (Rajasthan Royals Vs Kolkata Knight Riders) ମଧ୍ୟରେ ଏକ ମ୍ୟାଚ୍ ଖେଳାଯାଇଥିଲା। ଶିବମ ମାଭି (Shivam Mavi)ଙ୍କ ଦମଦାର ବୋଲିଂ ଯୋଗୁଁ କେକେଆର (KKR) ଏହି ମ୍ୟାଚକୁ 37 ରନରେ ଜିତିଥିଲା। ଦଳର ମାଲିକ ତଥା ବଲିଉଡ ସୁପରଷ୍ଟାର ଶାହରୁଖ ଖାନ (Shahrukh Khan) ମଧ୍ୟ ମ୍ୟାଚ ଦେଖିବାକୁ ଆସିଥିଲେ। କୋଲକାତା ଏହି ମ୍ୟାଚ ଜିତିବା ପରେ ଅଧିନାୟକ ଦୀନେଶ କାର୍ତ୍ତିକ (Dinesh Kartik) ବାହାରକୁ ଯାଇ ଶାହରୁଖ ଖାନଙ୍କ (Shahrukh Khan) ପାଖକୁ ଯାଇ ଇସାରା କରିଥିଲେ। ଶାହରୁଖ ଖାନ ଦେଖିକି ପ୍ରଥମେ ସାଲୁଟ କରିଲେ ଏବଂ ପରେ ନମସ୍କାର କଲେ | ଏହି ଭିଡିଓ ସୋସିଆଲ ମିଡିଆରେ ଖୁବଶୀଘ୍ର ଭାଇରାଲ ହେବାରେ ଲାଗିଛି।

କିଙ୍ଗସ ଏକାଦଶ ପଞ୍ଜାବର ପ୍ରତ୍ୟେକ ମ୍ୟାଚ୍ ଦେଖିବାକୁ ପ୍ରୀତି ଜିଣ୍ଟା ଆସନ୍ତି | ଏଥର ପୁରା ଖାନ ପରିବାର ଷ୍ଟାଡିୟମକୁ ଆସି ନିଜ ଦଳ କୋଲକାତା ନାଇଟ୍ ରାଇଡର୍ସକୁ ସମର୍ଥନ କରିଥିଲେ। ଶାହାରୁଖ ଖାନଙ୍କ ସହ ତାଙ୍କର ପୁରା ପରିବାର ଉପସ୍ଥିତ ଥିଲେ। ଶାହାରୁଖ ଖାନ ଏକ ମାସ୍କ ପିନ୍ଧିଥିଲେ। ଯେତେବେଳେ ସେ ମ୍ୟାଚ୍ ଦେଖିବା ପାଇଁ ପହଞ୍ଚିଥିଲେ, ସେତେବେଳେ କୋଲକାତା ବ୍ୟାଟିଂ କରୁଥିଲା ଏବଂ ସେମାନଙ୍କ ୱିକେଟ୍ ଲଗାତାର ଯାଉଥିଲା । କିନ୍ତୁ ଶେଷରେ ଆଣ୍ଡ୍ରେ ରସେଲ ଏବଂ ଓଏନ୍ ମୋର୍ଗାନ୍ ଇନିଂସ ସମ୍ଭାଳି ଦଳର ସ୍କୋରକୁ 174 ରେ ନେଇଥିଲେ।

ବୋଲିଂରେ କୋଲକାତା ଚମତ୍କାର ପ୍ରଦର୍ଶନ କରିଥିଲା। କେକେଆରର ପ୍ରତ୍ୟେକ ବୋଲର ୱିକେଟ୍ ନେଇଥିଲେ। ଜୋସ ବଟଲର ଏବଂ ସଞ୍ଜୁ ସାମସନଙ୍କୁ ଆଉଟ କରିଥିବା ଶିବମ୍ ମାଭିଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କ ବ୍ୟତୀତ କମଲେଶ ନାଗରକୋଟି, ବରୁଣ ଚକ୍ରବର୍ତ୍ତୀ 2-2 ୱିକେଟ୍ ନେଇଥିଲେ। ସୁନୀଲ ନାରିନ, ପେଟ କମିନ୍ସ ଏବଂ କୁଲଦୀପ ଯାଦବ ମଧ୍ୟ 1-1 ୱିକେଟ ପାଇଛନ୍ତି।

ଦେଖନ୍ତୁ VIDEO:


ପ୍ରଥମେ ବ୍ୟାଟିଂ କରି ଗିଲଙ୍କ 47 ରନ ସହାୟତାରେ କେକେଆର୍ ଛଅଟି ୱିକେଟ୍ ହରାଇ 174 ରନ୍ କରିଥିଲା। ଏହାର ଜବାବରେ ରୟାଲ୍ସ ଦଳ ନଅ ୱିକେଟ୍ ହରାଇ କେବଳ 137 ରନ କରିପାରିଥିଲା। ସଙ୍କଟ ସମୟରେ ରାହୁଲ ତେୱାଟିଆଙ୍କ ଉପରେ ସମସ୍ତଙ୍କ ନଜର ଥିଲା, ଯିଏ ଗତ ମ୍ୟାଚରେ କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ବ୍ୟାଟିଂ କରି ଚମତ୍କାର ପ୍ରଦର୍ଶନ କରିଥିଲେ, କିନ୍ତୁ ସେ ତାଙ୍କ ପୂର୍ବ ପ୍ରଦର୍ଶନକୁ ରିପିଟ କରିପାରିନଥିଲେ। ଦୁଇଟି ଚାରି ଏବଂ ତିନି ଛକା ସହ 36 ଟି ବଲରୁ 54 ରନ କରି ଟମ କ୍ୟୁରେନ ଅପରାଜିତ ରହିଥିଲେ।

Share Your Views In Comments Below

comments