ଆପଣ ତ ଆପଣ ଜାଣିଥିବେ ନିଜ ସମ୍ପର୍କ ର ମୂଲ୍ୟ ବୋଧ କୁ ଆଉ ଲୋକେ ଜାଣୁ ନାହାନ୍ତି | କଳିଯୁଗ ରେ ସମ୍ପର୍କ ର ମୂଲ୍ୟବୋଧ କୁ ଆଉ କେହି ବିଶେଷ ଗୁରୁତ୍ୱ ଦେଉ ନାହାନ୍ତି | ତେବେ ଆଜି ଆମେ ଏହିପରି ଏକ ଗୁରୁତ୍ୱପୂର୍ଣ ଘଟଣା ବିଷୟ ର ଆପଣ ଙ୍କୁ କହିବାକୁ ଯାଉଛୁ |
ଘଟଣା ଟି ଵାମନନଗର ଅଂଚଳ ର ଅଟେ | ଏଠାରେ ନିଜ ଜୀବନ କୁ ବଞ୍ଚାଇବା କୁ ଯାଇ ଏକ ପ୍ରେମୀ ଯୁଗଳ ଜଣେ ଓକିଲ ଙ୍କ ଚାମ୍ବର ରେ ଚାରି ଘଣ୍ଟା ଲୁଚି ରହିଥିଲେ | ଏବଂ ଯୁବତୀ ଙ୍କ ର ଘର ଲୋକେ ସେଠାରେ ଜଗି ରହିଥିଲେ | ଓକିଲ ପୋଲିସ ଡାକି ଘଟଣା କୁ କୋର୍ଟ ରେ ଆଲୋଚନା କୁ ଆଣିଥିଲେ | ତେବେ ସୂଚନା ମୁତାବିକ ଏହି ପ୍ରେମୀ ଯୁଗଳ ପରସ୍ପର ର ଭାଇ ଭଉଣୀ ଅଟନ୍ତି |
ଏପରି ଘଟଣା ରେ ଆପଣ ମଧ୍ୟ ଆଶ୍ଚଯ୍ୟ ହେଇଥିବେ | ଏକ ବର୍ଷ ତଳେ ଜଣେ ଯୁବତୀ ଙ୍କ ର ସାକ୍ଷ୍ୟାତ ନିଜ ମାଉସୀ ପୁଅ ଭାଇ ଙ୍କ ସହ ହେଇଥିଲା | ଉଭୟ ଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଓ ବିବାହ କରିବାକୁ ଯାଇ ଦୁହେଁ ଘରୁ ଚାଲିଯାଇଥିଲେ | 21 ଜୁଲାଇ ରେ ଘରୁ ଚାଲିଯାଇଥିଲେ ଏବଂ 22 ଜୁଲାଇ ରେ ଦୁହେଁ ଦୁର୍ଗା ମନ୍ଦିର ରେ ବିବାହ କରିଥିଲେ |
ବିବାହ ପରେ ଏହି ଦୁଇ ପରିବାର ଏହି ଡର ରେ ଅଛନ୍ତି କି ସମାଜ ରେ ଲୋକ ଙ୍କ ସହ କିପରି ଚାଲିବେ | ଗଣ୍ଗୋଳ ହେବାକୁ ନେଇ 24 ଜୁଲାଇ ରେ ସୁରକ୍ଷା ପାଁଇ ସେମାନେ ଅପିଲ କରିଥିଲେ ଏବଂ ପ୍ରଥମେ ଘର ଲୋକେ ହିଁ କୋର୍ଟ ରେ ଆସି ଠିଆ ହେଇଥିଲେ | ଏହା ପରେ ଏହି ପ୍ରେମୀ ଯୁଗଳ ମହିଳା ହେଲ୍ପ ଲାଇନ ନମ୍ବର ରେ ଯୋଗାଯୋଗ କରିଥିଲେ |
ଏହି ପ୍ରେମୀ JUGQAL ଙ୍କୁ ସେସନ କୋର୍ଟ ଜଜ ଜଗଦୀପ ଯେନ ଅଦାଲତ ରେ ଶୁଣିଆଣି କରିଥିଲେ | ଏବଂ ତାଙ୍କୁ ସୁରକ୍ଷିତ ଘର କୁ ପଠାଇଥିଲେ | ଦୁହେଁ ଭାଇ ଭଉଣୀ ସମ୍ପର୍କ ର ହେଇ ମଧ୍ୟ ଉଭୟ ଙ୍କ ମଧ୍ୟ ରେ ପ୍ରେମ ଭାବନା ଥିବା କୁ ନେଇ ଦୁହେଁ ବିବାହ କରିବାକୁ ନିଷ୍ପତି ନେଇଥିଲେ |
ସମସ୍ତେ ଚାହାନ୍ତି ପ୍ରତୋକ ଲୋକେ ନିଜ ନିଜ ର ପ୍ରେମ ରେ ସଫଳ ହୁଅନ୍ତୁ କିନ୍ତୁ ଭାଇ ଭଉଣୀ ପରି ପବିତ୍ର ସମ୍ପର୍କ କଳଙ୍କିତ ନ ହେଉ |