Amitabh Bachchan ନିଜ ବିବାହକୁ ନେଇ କଲେ ମହା ଖୁଲାସା: କହିଲେ ବାହାଘର ପୁର୍ବରୁ ହିଁ ଜୟା ବଚ୍ଚନଙ୍କ ସହ…

ନୂଆଦିଲ୍ଲୀ, ‘କୋନ ବନେଗା କୋରଡ଼ ପତି’ ସିଜିନ 12 ରେ ଅମିତାଭ ବଚ୍ଚନ ତାଙ୍କ ପ୍ରେମ କାହାଣୀ ବିଷୟରେ କହିଛନ୍ତି । ସେମାନେ ଏହା ମଧ୍ୟ କହିଛନ୍ତି ଯେ, ସେ ଜୟାଙ୍କୁ ପ୍ରେମପତ୍ର ମଧ୍ୟ ଲେଖୁଥିଲେ | ‘କୋନ ବନେଗା କୋରଡ଼ ପତି’ ଶୋ ରେ ଅନେକ ପ୍ରତିଯୋଗୀଙ୍କ ଜୀବନ ବଦଳୁଥିବାବେଳେ ବୋଲିଉଡ଼ ଦୃଷ୍ଟିରୁ ଏହା ଏକ ଆକର୍ଷଣୀୟ ଶୋ ଭାବେ ବିବେଚନା ହେଉଛି | ଅମିତାଭ ବଚ୍ଚନ ତାଙ୍କ ଜୀବନ କାହାଣୀ ପ୍ରତିଯୋଗୀ ମାନଙ୍କ ସହିତ ସେୟାର ମଧ୍ୟ କରନ୍ତି |

ନିକଟ ଅତୀତରେ ଅମିତାଭ ବଚ୍ଚନ ତାଙ୍କ ପତ୍ନୀ ଏବଂ ପିଲାଙ୍କ ବିଷୟରେ କହିଛନ୍ତି । ଅମିତାଭ ବଚ୍ଚନ କହିଛନ୍ତି ଯେ ସେ ଜୟାଙ୍କ ନିକଟକୁ ଅନେକ ପ୍ରେମପତ୍ର ଲେଖିଥିଲେ । ଜଣେ ପ୍ରତିଯୋଗୀ ପଚାରିଥିଲେ ଯେ, ସେ ସବୁ ଚିଠି ତାଙ୍କ ପାଖରେ ସୁରକ୍ଷିତ ଅଛି କି ନାହିଁ । ସେ ଏହାର ଉତ୍ତରରେ କହିଥିଲେ ହଁ | ସେ ଏହା ମଧ୍ୟ କହିଥିଲେ ଯେ, ଚିଠି ଲେଖିବା ହେଉଛି ତାଙ୍କର ପ୍ରେମ ଦେଖାଇବା | ସେ ଏହା ମଧ୍ୟ କହିଛନ୍ତି ଯେ, କିପରି ପରିସ୍ଥିତିରେ ସେମାନଙ୍କ ବିବାହ ହୋଇଥିଲା |

ଅମିତାଭ ବଚ୍ଚନ କହିଛନ୍ତି ଯେ ଯଦି ଜୟା ଭାଦୂରୀଙ୍କ ସହ ତାଙ୍କ ଫିଲ୍ମ ସୁପରହିଟ ହେଲେ ତାଙ୍କ ସହିତ ଯାତ୍ରା କରିବାକୁ ପଡିବ ବୋଲି ସର୍ତ୍ତ ରଖିଥିଲେ । ଫିଲ୍ମ ରିଲିଜ ହେବ ପରେ ସୁପରହିଟ ହୋଇଥିଲା ଏବଂ ଅମିତାଭ ନିଜ ପିତା ହରିବଂଶ ରାୟ ବଚ୍ଚନ ଙ୍କ ଠାରୁ ଅନୁମତି ମାଗିଥିଲେ | ଅନୁମତି ଦେବା ବେଳେ ତାଙ୍କ ପିତା କହିଥିଲେ ଯେ, ଯଦି ସେ ଜୟାଙ୍କୁ ବିବାହ କରିବେ ତାହେଲେ ଟ୍ରିପ୍ ରେ ଉଭୟ ଏକ ସହ ଯାଇ ପାରିବେ | ଏହାପରେ ସେ ଜୟାଙ୍କୁ ବିବାହ କରିଥିଲେ ଏବଂ ଟ୍ରିପ ରେ ଯାଇଥିଲେ |

ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ବଲିଉଡର ପାୱାର କପଲ ଭାବରେ ବେଶ ଜଣାଶୁଣା । ଅମିତାଭ ବଚ୍ଚନ ଯୋଗେଶ ପାଣ୍ଡେଙ୍କ ସହ ନିଜ ଜୀବନ ବିଷୟରେ ଆଲୋଚନା କରିସାରିଛନ୍ତି | ଅମିତାଭ ବଚ୍ଚନ ‘କୋନ ବନେଗା କୋରଡ଼ ପତି’ ସିଜିନ 12 ର ଉପସ୍ଥାପନା କରୁଛନ୍ତି | ଅମିତାଭ ଆଜି ମଧ୍ୟ ଲଗାତାର ଭାବେ କାମ କରିଆସୁଛନ୍ତି | ସେ ଅତି ଶୀଘ୍ର ‘ଝୁଣ୍ଡ’ ଚଳଚ୍ଚିତ୍ରରେ ନଜରକୁ ଆସିବେ |

Share Your Views In Comments Below

comments