ନିଜ ସ୍ତ୍ରୀ ସାଙ୍ଗରେ 15 ବର୍ଷ ଯାଏଁ ଅନ୍ଧ ହେଇ ରହିଲେ ସ୍ଵାମୀ, ଆଉ ଗୋଟେ ଦିନ ଯେତେବେଳେ ସତ କଥା ଆସିଲା ପଦାକୁ ତ ସମସ୍ତଙ୍କର ଉଡ଼ିଗଲା ହୋସ…

ଏହି କାହାଣୀ ଟି ଏକ ଫିଲ୍ମ ର କାହାଣୀପରି ଅଟେ କିନ୍ତୁ ଏହା ଏକ ସତ୍ୟ କାହାଣୀ ଅଟେ | ବ୍ୟଙ୍ଗଲୋର ର ଜଣେ ଧନୀ ଯୁବକ ଜଣେ ଚାଷୀ ପରିବାର ର ଝିଅ ଙ୍କୁ ପ୍ରଥମ ଦେଖା ରେ ହିଁ ପ୍ରେମ କରିଥିଲେ | ଯୁବତୀ ଦେଖିବା କୁ ବହୁତ ସୁନ୍ଦର ଥିଲେ | ଏବଂ ବେଶ ଚାଲାକ ମଧ୍ୟ ଥିଲେ | ଯୁବକ ଙ୍କ ର ନାମ ଥିଲା ଶିବମ | ଶିବମ ଦ୍ୱିତୀୟ ଦିନ ରେ ଯୁବତୀ ଙ୍କର ଘର କୁ ଯାଇଥିଲେ ଏବଂ ଯୁବତୀ ମଧ୍ୟ ବିବାହ ପାଁଇ ରାଜି ହେଇଯାଇଥିଲେ |

କିନ୍ତୁ କିଛି ଦିନ ପରେ ଯୁବତୀ ଙ୍କ ର ସୁନ୍ଦରତା କମିଗଲା ଓ ଯୁବତୀ ଅନେକ ରୋଗ ରେ ପୀଡିତ ରହିଥିଲେ | ରୋଗ କାରଣ ରୁ ଯୁବତୀ ଅନେକ ମାନସିକ ଦୁଶ୍ଚିନ୍ତା ରେ ରହିଥିଲେ | କାରଣ ସେ ଭାବୁଥିଲେ କାଳେ ତାଙ୍କ ପତି ତାଙ୍କୁ ଛାଡ଼ିଦେବେ | କିନ୍ତୁ ପରେ ପରେ ଏକ ସଡକ ଦୁର୍ଘଟଣାରେ ତାଙ୍କ ପତି ଙ୍କର ଆଖି ନଷ୍ଟ ହେଇଯାଇଥିଲା | ତେଣୁ ଯୁବତୀ ତାଙ୍କ ପତି ଙ୍କ ର ଦେଖା ଶୁଣା ଆରମ୍ଭ କରିଦେଇଥିଲେ | ପତ୍ନୀ ଙ୍କର ଆଉ ଚିନ୍ତା ରହିଲା ନାହିଁ କି ତାଙ୍କ ପତି ତାଙ୍କ ଅସୁନ୍ଦରତା କୁ ନେଇ ତାଙ୍କୁ ଛାଡ଼ିଦେବେ | କିନ୍ତୁ ଦିନେ ପତ୍ନୀଙ୍କ ଦେହେ ଏତେ ଖରାପ ହେଲା କି ସେ ଜୀବନ ଚକ୍ରରୁ ଚିରଦିନ ପାଇଁ ବିଦାୟ ନେଇଗଲେ | ଯୁବତୀ ଙ୍କର ମୃତ୍ୟୁ ହେଇଯାଇଥିଲା |

ମୃତ୍ୟୁ ପରେ ପତି ନିଷ୍ପତି ନେଇଥିଲେ କି ସେ ଏକାକୀ ରହିବେ I ସେହି ସମୟରେ ଗ୍ରାମବାସୀ ତାଙ୍କୁ କହିଲେ କି ତୁମେ ତ ଅନ୍ଧ ତୁମେ ଏକାକୀ ରହି କିପରି ଚାଲିବ I ତୁମେ ବିନା ଆଖି ରେ କୁଆଡେ ଯିବ | ଉତ୍ତରରେ ସେ ଯୁବକ କହିଥିଲେ ମୋର ଆଖିକୁ କିଛି ହେଇନାହିଁ ମୁଁ ବାସ ମୋ ପତ୍ନୀଙ୍କ ମନରୁ ମୋ ପାଇଁ ଥିବା ଚିନ୍ତା ଧାରାକୁ ବଦଳାଇବା ପାଇଁ ଏପରି ନାଟକ କରୁଥିଲି I କାରଣ ମୁଁ ଜାଣିଥିଲି ସେ ଆଉ କିଛି ଦିନ ହିଁ ବଞ୍ଚିବ ଆଉ କାଳେ ତାର ଅସୁନ୍ଦର ଚେହେରା ଦେଖି ମୁଁ ତାକୁ ଛାଡ଼ିଦେବି ଏପରି ଚିନ୍ତା ସେ ନ କରୁ ବୋଲି ମୁଁ ଅନ୍ଧ ହେବାର ଅଭିନୟ କରିଥିଲି| ଏହା ଥିଲା ଏକ ସଚୋଟ ଓ ନିଆରା ପ୍ରେମ କାହାଣୀ |

Share Your Views In Comments Below

comments