ନମସ୍କାର ବନ୍ଧୁଗଣ ମାଆ ଠିକ୍ କହୁଥିଲା ବାପା ରାଗିଛନ୍ତି କେବେ ଆଉ ତମ ପାଖକୁ ଆସିବେ ନାହିଁ ବାପା ଅଭିମାନ କରିଛନ୍ତି କେବେ ଆଉ ବୁଲି ଚାହିଁବେ ନାହିଁ ହେଲେ ମୁଁ ମାଆଙ୍କୁ କହି ଦେଇଥିଲି ବାପାଙ୍କ ରାଗ ଶାନ୍ତ ହେଲେ ବାପା ପୁଣି ନିଶ୍ଚିତ ଆସିବେ ଆମେ ପୁଣି ଆମ ଘରକୁ ଫେରିଯିବା ଜେଜେଙ୍କ ପାଖରେ ରହିବା ହେଲେ ସମସ୍ତଙ୍କ ପରି ତମେ ବି ମତେ ଧୋକା ଦେଲ ମାଆ ଠିକ୍ କହୁଥିଲା ଆଉ ମୁଁ ଭୁଲ୍ ବୁଝୁଥିଲି ମାଆ ଠିକ୍ ଜାଣିଥିଲେ ତମକୁ ତମେ ଭାରି ରାଗି ଏମିତି ରାଗିଲ ଯେ ଆଉ କେବେ ହେଲେ ଚାହିଁବନି |
ମାଆ ଠିକ୍ ବୁଝିଥିଲା ତମକୁ ଆଉ ସେଥିପାଇଁ ଆମକୁ ବାରମ୍ବାର କହୁଥିଲା ବାପା ରାଗିଛନ୍ତି। ହେଲେ ବାପା ତମେ ଯାହା କଲ ଠିକ୍ କଲନି ମାଆର ଭୁଲ୍ ର ଦଣ୍ଡ ତମେ ଆମକୁ କଣ ପାଇଁ ଦେଲ ଆମେ ତ ତମକୁ କେବେ ହେଲେ ଟାଣ କରି କହିନୁ କେବେ ହେଲେ ତମ ଉପରେ ଅଭିମାନ ତ କରିନଥିଲୁ ହେଲେ ଏତେବଡ ଦଣ୍ଡ ଆମକୁ କଣ ପାଇଁ ଦେଲ କେଉଁ ବୟସରେ ବାପା ମାଆଙ୍କର ସୁଖ ପାଇବା କଥା ସେହି ବୟସରେ ଏବେ ବାପାଙ୍କୁ ଝୁରୁଛନ୍ତି ପିଣ୍ଟୁ ନନ୍ଦଙ୍କ ଦୁଇପୁଅ |
ଦୁଇଜଣ ଥିଲେ ବାପାଙ୍କର ଅତି ଗେହ୍ଲା ସାନ ଟିକେ ଯିଦିଆ ଥିଲାବେଳେ ବଡ଼ କିନ୍ତୁ ଭାରି ସ୍ଵାଭିମାନୀ ସମ୍ପର୍କର ଲକ୍ଷ୍ମଣରେଖା ଏକ ପ୍ରକାର ଟାଣି ହୋଇଯାଇଥିବା ବେଳେ ମନ କିନ୍ତୁ ଡାକୁଥିଲା ପ୍ରତିଥର ବାପାଙ୍କ ପାଖକୁ ଯିବାପାଇଁ ହେଲେ କୌଣସି ଏକ ଅଦୃଶ୍ୟ ଶକ୍ତି ଆଗରେ ହାର ମାନିଥିଲେ ଦୁଇପୁଅ କିନ୍ତୁ ବିଶ୍ୱାସ ଥିଲା ବାପା ନିଶ୍ଚିତ ଫେରିବେ ଆଉ ଆମକୁ ନିଜର କରିବେ ଭୁଲ୍ ତ ମଣିଷ ମାତ୍ରକେ ହୋଇଥାଏ |
ହେଲେ କେବେ ସେହି ଭୁଲ୍ ଜୀବନ ନେଇଯାଏ ଆଉ ମଣିଷକୁ ସବୁଦିନ ପାଇଁ ଅନୁତାପ କରିବାକୁ ପଡେ ତାହା କେହି ହେଲେ ବିଶ୍ୱାସ କରିନଥିଲେ ତେବେ ଦୁଇଦିନ କରି ଦିବଙ୍ଗତ ଅଭିନେତା ପିଣ୍ଟୁ ନନ୍ଦଙ୍କର ଦ୍ଵାଦଶ କାର୍ଯ୍ୟ ଶେଷ ହେଉଥିବା ବେଳେ ଗତକାଲି ସାଙ୍ଗମାନେ ଦେଇଥିଲେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଆଉ ସାଙ୍ଗମାନଙ୍କ ଅନୁରୋଧ ରକ୍ଷା କରି ଯୋଗ ଦେଇଥିଲେ ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ ଶିଳ୍ପା ଓ ଦୁଇପୁଅ ଆଉ ଫୁଲ ଦେଲାବେଳେ ଆଖିରୁ ଦୁଇଟୋପା ଲୁହ ଗଡି ଆସିଥିଲା ଆଉ ସେହି ଲୁହ ହିଁ ଥିଲା ଅନୁତାପର ଲୁହ।