ପିଣ୍ଟୁ ନନ୍ଦ ଯଦି କାହାକୁ ଅଧିକ ଭଲପାଏ ସେ ହେଉଛି Babushan, ହେଲେ ବାବୁ ଆସିଲାନି

ବନ୍ଧୁଗଣ ଗତ କାଲି ଓଡ଼ିଆ ଅଭିନେତା ସ୍ୱର୍ଗତ ପିଣ୍ଟୁ ନନ୍ଦଙ୍କର ଦ୍ବାଦଶ କର୍ମ ସରି ଯାଇଛି । ତାଙ୍କ ଦ୍ବାଦଶ କର୍ମରେ ଓଲିଉଡ଼ ଜଗତ ର ଅନେକ କଳାକାର ମାନେ ଉପସ୍ଥିତ ହୋଇଥିଲେ । ହେଲେ ଅଭିନେତା ପିଣ୍ଟୁ ନନ୍ଦ ଅଧିକ ଭଲ ପାଉଥିବା ଅଭିନେତା ଗୋଟେ ଥର ହେଲେ ଆସିଲେ ନାହିଁ । ଏହି କଥା କୁ କହି ଓଡ଼ିଆ ଧାରାବାହିକ ର ଜଣେ ଅଭିନେତା ଙ୍କ ଆଖିରୁ ଲୁହ ଆସି ଯାଇଛି ।

ତେବେ ସେ ବହୁତ୍ ମନ ଦୁଃଖ କରି କହିଛନ୍ତି ଯେ ଯଦି ବାବୁଶାନ୍ କିଛି କାମରେ ବ୍ୟସ୍ତ ରହି ଯାଇଛନ୍ତି ତା ହେଲେ ସମୟ ବାହାର କରି ଗୋଟେ ଥର ତାଙ୍କ ବାପା ମାଆ ଙ୍କୁ ଦେଖା କରିବାକୁ । ସେ କହିଛନ୍ତି ଯେ ଓଲିଉଡ଼ ରେ ଅଭିନେତା ପିଣ୍ଟୁ ନନ୍ଦ ଯଦି କାହାକୁ ଅଧିକ ଭଲ ପାଆନ୍ତି ତା ହେଲେ ସେ ଜଣକ ହେଉଛନ୍ତି ବାବୁଶାନ୍ ମହାନ୍ତି । ବାବୁଶାନ୍ ଙ୍କୁ ସେ ବହୁତ୍ ଭଲ ପାଆନ୍ତି। ଯଦି କେହି ପିଣ୍ଟୁ ନନ୍ଦ ଙ୍କୁ ପଚାରେ ଯେ ତୁମେ ଓଲିଉଡ଼ ରୁ କାହାକୁ ବେଶୀ ଭଲ ପାଅ ସେ କୁହନ୍ତି ମୁଁ ବାବୁ କୁ ବହୁତ୍ ଭଲ ପାଏ।

ଆଉ ଯେତେବେଳେ ବାବୁଶାନ୍ ତାଙ୍କୁ ଦାଦା ଡାକନ୍ତି ତାଙ୍କୁ ବହୁତ୍ ଖୁସୀ ଲାଗେ। ହେଲେ ତାଙ୍କ ଦେହ ଅସୁସ୍ଥ ଥିବା ସମୟରେ ବାବୁଶାନ୍ ଥରେ ହେଲେ ତାଙ୍କୁ ଦେଖା କରିବାକୁ ଯାଇ ନାହାନ୍ତି । ଯେଉଁ ସମୟରେ ପୁରା ଓଲିଉଡ଼ ର କଳାକାର ମାନେ ଆସି ପିଣ୍ଟୁ ନନ୍ଦ ଙ୍କୁ ଦେଖା କରି ଯାଉଥିଲେ । ସେହି ସମୟରେ ଥରେ ହେଲେ ବାବୁଶାନ୍ ଆସି ନାହାନ୍ତି । ପିଣ୍ଟୁ ନନ୍ଦ ଙ୍କ ଦଶାହ କର୍ମ କୁ ବି ଆସିଲେ ନାହିଁ ।

ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଆସିଛନ୍ତି ତାଙ୍କର ଏକାଦଶ କର୍ମ କୁ ତାଙ୍କ ଫୋଟୋ ରେ ପୁଷ୍ପ ଅର୍ପଣ କରିଛନ୍ତି ।ଓଲିଉଡ଼ ର ଅନେକ ଆଗଧାଡିର କଳାକାର ମାନେ ଆସି ଉପସ୍ଥିତ ହୋଇଛନ୍ତି। ହେଲେ ଆଜି କୁ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁ କୁ ତେର ଦିନ ହୋଇ ଗଲାଣି ହେଲେ ଅଧିକ ଭଲ ପାଉଥିବା ବାବୁଶାନ୍ ଙ୍କୁ ଦେଖିବାକୁ ମିଳି ନାହିଁ। ଗୋଟେ ଥର ହେଲେ ହେଲେ ସେ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ହସ୍ପିଟାଲ୍ ରେ ଥିବା ସମୟ ରେ କି ମୃତ୍ୟୁ ପରେ ଥରେ ହେଲେ ଦେଖିବାକୁ ଆସିଲେନି ।

ଏହା ବହୁତ୍ ବଡ଼ ଦୁଃଖଦ ଖବର । ହେଇ ପାରେ ସେ କିଛି କାମରେ ବ୍ୟସ୍ତ ରହି ପାରନ୍ତି । ହେଲେ ଯୋଉ ମଣିଷ ଥରେ ଚାଲି ଯାଉଛି ସେ ଆଉ ଫେରି ଆସିବ ନାହିଁ । ଆଉ ଯେତେ ଚେଷ୍ଟା କଲେ ବି ସେ କାହାକୁ ଦେଖା ଦେବେ ନାହିଁ। ଏ କଥା ଭାବି ତାଙ୍କୁ ଶେଷ ଥର ପାଇଁ ଦେଖା କରିବା ଉଚିତ୍ ହୋଇଥାନ୍ତା ବୋଲି ସେ କହିଛନ୍ତି ।।

Share Your Views In Comments Below

comments