ବ୍ୟକ୍ତି ଜଣଙ୍କୁ ଲାଗିଲା 11 ହଜାର ଭୋଲ୍ଟର କରେଣ୍ଟ, ତାପରେ ଲୋକମାନେ ଗୋବରରେ ପୋତିଦେଲେ ପୁରା ଶରିରୀରକୁ… ଆଉ ତାପରେ ଯାହା ହେଲା ଜାଣିଲେ ଆପଣ କହିବେ He prabhu ଏମିତି କଣ

ଉତ୍ତର ପ୍ରଦେଶ ରେ ଅମରୋହା ଜିଲ୍ଲା ରେ ଏହିପରି ଆଶ୍ଚଯ୍ୟକର ଘଟଣା ଘଟିଯାଇଛି | ଏଠାରେ ସତବିର ନାମ ଜଣେ ଯୁବକ ଛାତ ରେ ଠିଆ ହେଇ ଫୋନ ଶୁଣୁଥିଲେ | ସେହି ସମୟ ରେ 11000 ଭୋଲ୍ଟ ର ଏକ କରେଣ୍ଟ ଲାଗିଥିଲା | ଯୁବକ ସଂଗେ ସଂଗେ ବେହୋସ ହେଇଯାଇଥିଲେ | କିନ୍ତୁ ଏହି ଯୁବକ ଙ୍କ ର ପରିବାର ଲୋକେ ଡାକ୍ତର ଙ୍କ ପାଖ କୁ ନେବା ପରିବର୍ତେ କିଛି ଅନ୍ଧବିଶ୍ୱାସ କୁ ଆପଣେଇଥିଲେ |

ଅନେକ ସମୟ ପର୍ଯ୍ୟନ୍ତ ଯୁବକ ଙ୍କ ଶରୀର ରେ କିଛି ହରକତ ହେଇ ନ ଥିଲା ତେଣୁ ପରିବାର ଲୋକେ ଶରୀର ରେ ଗୋବର | କିଛି ପ୍ରତିଫଲ ନ ଦେଖିବା ରୁ ତାଙ୍କ ଶରୀର କୁ ସମ୍ପୂର୍ଣ ଗୋବର ରେ ଆଚ୍ଛାଦିତ କରିଥିଲେ | ଘଟଣା ସ୍ଥାନ ରେ ପୋଲିସ ଅଧିକାରୀ ପହଂଚିଥିଲେ ଓ ଶବ କୁ ପୋଷ୍ଟମଟମ ପାଁଇ ପଠାଯାଇଥିଲା | ଏବଂ ପୋଲିସ ନିଜ ର ତଦନ୍ତ ଆରମ୍ଭ କରିଥିଲେ |

ଠିକ ସମୟ ରେ ଚିକିତ୍ସା ହେଇଥିଲେ ବଞ୍ଚି ଯାଇଥାନ୍ତେ
ଅନ୍ୟ ପଟେ ପିଜିଆଇ ର ବରିଷ୍ଠ ଡାକ୍ତର ଆଶୁତୋଷ ସିଂ କହିଛନ୍ତି କି ଯୁବକ ଙ୍କ ର ସଠିକ ସମୟ ରେ ଚିକିତ୍ସା ହେଇଥିଲେ ହୁଏତ ସେ ବଂଚି ଯାଇଥାନ୍ତେ | କାରଣ କରେଣ୍ଟ ଲାଗିଲେ ଏହା ର ଚିକିତ୍ସା ଅଲଗା ହେଇଥାଏ | ଏହି ସମୟ ରେ କିଛି ଲୋକେ କିନ୍ତୁ କିଛି ଅନ୍ଧବିଶ୍ୱାସ ଜନିତ କାର୍ଯ୍ୟ କରିଥାନ୍ତି | ଏବଂ ଜଣେ ବ୍ୟକ୍ତି ଙ୍କ ର ଜୀବନ କୁ ବିପଦ ରେ ପକାଇ ଥାନ୍ତି |

ଡାକ୍ତର ଆଶୁତୋଷ ଏହା କହିଛନ୍ତି କି ହାଇ ଭୋଲଟେଜ କରେଣ୍ଟ ଶରୀର ରେ ଲାଗିଲେ ଜୋର ରେ ଝଟକା ଲାଗିଥାଏ | ଏବଂ ଶରୀର ଜଳିଯାଇଥାଏ | ତେଣୁ ପୁରା ଶରୀର ର ଟ୍ରିଟ୍ମେଣ୍ଟ କରିବା କୁ ହେଇଥାଏ | ଅନେକ ସମୟ ରେ ଶ୍ୱାସକ୍ରିୟା ମଧ୍ୟ ଅଟକି ଯାଇଥାଏ ତେଣୁ ଅକ୍ସିଜେନ ଲଗାଇବା କୁ ପଡିଥାଏ |

ବିପଦ ପୁର୍ଣ ହେଇଥାଏ ଏହି ଅନ୍ଧ ବିଶ୍ୱାସ
ତାର୍କ୍ସିଲ ସୋସାଇଟି ର ପ୍ରବକ୍ତା ରାଜୀବ କୁମାର କହିଛନ୍ତି କି ଏପରି ଅନ୍ଧ ବିଶ୍ୱାସ ହିଁ ମନୁଷ୍ୟ ଜୀବନ ପ୍ରତି ସବୁଠାରୁ ଅଧିକ ବିପଦ ଅଟେ | କରେଣ୍ଟ ଲାଗିବ ପରେ ଗୋବର ଶରୀର ରେ ଲଗାଇଲେ କିଛି ହେଇ ନ ଥାଏ | ଏହା ଦ୍ୱାରା ଏହା ଶରୀର ପାଁଇ ହାନିକାରକ ହେଇଥାଏ |

ସେହିପରି କିଛି ଲୋକ ଙ୍କୁ ସାପ କାମୁଡିବା ଦ୍ୱାରା ଲୋକେ ଡାକ୍ତର ଙ୍କ ପାଖ କୁ ଯିବା ପରିବର୍ତେ ଝଡା ଫୁଙ୍କ ଆଦି କୁ ପ୍ରାଧାନ୍ୟ ଦେଇଥାନ୍ତି | ବିଗତ ଦିନ ରେ ହରିୟାଣା ର ଜଣେ ଯୁବକ ଙ୍କୁ ସାପ କାମୁଡିଥିଲା ଓ ସେହି ଯୁବକ ଙ୍କ ର ଏହି ଅନ୍ଧ ବିଶ୍ୱାସ କାରଣ ରୁ ମୃତ୍ୟୁ ହେଇଥିଲା | କାରଣ ଯୁବକ ଙ୍କ ର ପରିବାର ଲୋକେ ଯୁବକ ଙ୍କୁ ହସ୍ପିଟାଲ ନେଇଯିବା ପରିବର୍ତେ ଝଡା ଫୁଙ୍କ କରିଥିଲେ |

ଅନେକ ରୋଗର ଚିକିତ୍ସାରେ ନିଅନ୍ତି ଝାଡ଼ିବା ର ସାହାଯ୍ୟ
ଡାକ୍ତର ଆଶୁତୋଷ କୁହନ୍ତି, ଅନେକ ରୋଗର ଚିକିତ୍ସା ପାଇଁ ଲୋକମାନେ ଝଡ଼ା ହେବା ପାଇଁ ଯାଆନ୍ତି। ଏହା ସଂପୂର୍ଣ୍ଣ ଭୁଲ୍, କିନ୍ତୁ ତା’ପରେ ମଧ୍ୟ, ଆମେ ଜାଣୁନାହୁଁ କାହିଁକି ଲୋକମାନେ ଏହା ବିଷୟରେ ଅବଗତ ନୁହଁନ୍ତି | ଜଣ୍ଡିସ ମଧ୍ୟ ସମାନ ରୋଗ। ଏହା ବ୍ୟତୀତ, କର୍କଟ ଭଳି ରୋଗର ଚିକିତ୍ସା ପାଇଁ ମଧ୍ୟ ଲୋକମାନେ ବାବା ମାନଙ୍କ ପାଖକୁ ଝାଡ଼ି ହେବା ପାଇଁ ଯାଆନ୍ତି | ଏହାଦ୍ୱାରା ରୋଗୀ କେବଳ ଯନ୍ତ୍ରଣା ଭୋଗନ୍ତି ନାହିଁ ବରଂ ତାଙ୍କର ଅକାଳ ମୃତ୍ୟୁ ମଧ୍ୟ ହୁଏ |

ଅପାଠୁଆ ନୁହଁ ପଢା ଲେଖା ଲୋକେ ବି କରୁଛନ୍ତି ବିଶ୍ଵାସ
ରାଜୀବ କୁମାର କହିଛନ୍ତି ଯେ ଏପରି ଅନ୍ଧବିଶ୍ୱାସରେ କେବଳ ଅଶିକ୍ଷିତ ନୁହଁନ୍ତି ଶିକ୍ଷିତମାନେ ମଧ୍ୟ ବିଶ୍ୱାସ କରନ୍ତି। ସେମାନଙ୍କୁ ବୁଝାଇବା ବହୁତ କଷ୍ଟକର ହୋଇଥାଏ | ଏହା ଏକ ସମ୍ପୂର୍ଣ୍ଣ ଅଜ୍ଞତା ଯେ ଆପଣ ଏହି ବୈଜ୍ଞାନିକ ଯୁଗରେ ମଧ୍ୟ ଏହି ପ୍ରକାରର ଚିନ୍ତାଧାରା ରଖନ୍ତି | ୟୁପିର ଏକ ସୁଦୂର ଅଞ୍ଚଳରେ ସତଭୀରଙ୍କର ମୃତ୍ୟୁ ହୋଇଚି। ଚଣ୍ଡିଗଡ଼ ପରି ଶିକ୍ଷିତ ସହରର ରେ ବି ଲୋକମାନେ ବି ଏହି ଝାଡା ଫୁଙ୍କା ବାବା ଙ୍କ ଉପରେ ବିଶ୍ଵାସ କରିଥାନ୍ତି | ଏଥିପାଇଁ ଆମ ସମସ୍ତଙ୍କୁ ମିଳିତ ଭାବେ ଜାଗୃତି ଅଭିଯାନ କରିବାକୁ ପଡିବ | ଅନ୍ୟଥା, ସେହିଭଳି, ସମାଜର ଲୋକମାନେ ବିନା ଚିକିତ୍ସାରେ ସତବୀରଙ୍କ ପରି ମରିବା ଜାରି ରଖିବ |

Share Your Views In Comments Below

comments