2020 ବଲିଉଡ ପାଇଁ କୌଣସି ଦୃଷ୍ଟି ରୁ ବି ଭଲ ନୁହେଁ। ଏହି ବର୍ଷ ଇଣ୍ଡଷ୍ଟ୍ରି ଏହାର ବହୁ ପ୍ରତିଭାବାନ ଅଭିନେତାଙ୍କୁ ହରାଇଛି। ରିଷି କପୁର, ଇରଫାନ୍ ଖାନ୍, ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଏବଂ ବର୍ତ୍ତମାନ ଅଳ୍ପ ସମୟ ପୂର୍ବରୁ ବଲିଉଡ ଇଣ୍ଡଷ୍ଟ୍ରି ତାର ଆଉ ଜଣେ ପ୍ରତିଭାବାନ ଅଭିନେତାଙ୍କୁ ହରାଇଛି|
ଆପଣଙ୍କୁ କହିଦଉଛୁ ଯେ ଅଭିନେତା ଜଗଦୀପ ଙ୍କର ଦେହାନ୍ତ ହୋଇଯାଛି। କହି ରଖୁଛୁ ଯେ ତାଙ୍କର ପ୍ରକୃତ ନାମ ସୟଦ ଇସ୍ତାଖ ଅହମ୍ମଦ ଜାଫ୍ରି, ସେ 1939 ମସିହାରେ ଜନ୍ମ ହୋଇଥିଲେ,ସେ ତାଙ୍କ ସମୟର ଜଣେ ଜଣାଶୁଣା ହାସ୍ୟ ଅଭିନେତା ଥିଲେ, ତାଙ୍କ ପୁଅର ନାମ ଜାଭେଦ୍ ଜାଫ୍ରି|
ଜଗଦୀପ ବହୁ ଲୋକପ୍ରିୟ ବଲିଉଡ ଚଳଚ୍ଚିତ୍ରରେ କାମ କରିଛନ୍ତି ଯେପରି, ସୁରମା ଭୋପାଳୀ, ଶୋଲେ, ଆଣ୍ଡାଜ ଅପନା ଅପନା ଭଳି ଚଳଚ୍ଚିତ୍ର ଅନେକ ବଡ ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ ବଲିଉଡର ଅନେକ ପ୍ରସିଦ୍ଧ ହାସ୍ୟ ଅଭିନେତାଙ୍କ ପାଇଁ ଆଦର୍ଶ ଥିଲେ, ସେ ଏହି ଦୁନିଆ ଛାଡିଦେଇଥିଲେ ମଧ୍ୟ ତାଙ୍କ ଚଳଚ୍ଚିତ୍ର ଏବଂ ତାଙ୍କ ଅଭିନୟ ଆଜି ବି ଲୋକ ଙ୍କ ହୃଦୟରେ ଅଛି|
ଜଗଦୀପଙ୍କୁ 89 ବର୍ଷ ବୟସ ହୋଇଥିଲା, ସେ ବହୁତ ବୃଦ୍ଧ ହୋଇଯାଇ ଥିଲେ, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା,ତାଙ୍କ ବିୟୋଗ ପରେ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ ହୋଇଯାଇଛି। କହିବାକୁ ଗଲେ ସୁରମା ଭୋପାଳୀଙ୍କ ଭୂମିକା ଦ୍ୱାରା ଅଧିକାଂଶ ଲୋକ ତାଙ୍କୁ ଜାଣିଥିଲେ ଏବଂ ଲୋକେ ତାଙ୍କୁ ସେହି ନାମ ରେ ଡାକୁଥିଲେ|
ପ୍ରଥମେ ରିଷି, ଇରଫାନ୍, ସୁଶାନ୍ତ ଆଉ ଏବେ ବଲିଉଡର ଆଉ ଜଣେ ବଡ ଅଭିନେତାଙ୍କର ହେଲା ମୃତ୍ୟୁ, 2020 ବଲିଉଡ ପାଇଁ ଅଭିଶାପ …
