ନମସ୍କାର ବନ୍ଧୁଗଣ ଶଶୁରଙ୍କୁ ଦେଖା କରିବା ପାଇଁ କାଲି ହସ୍ପିଟାଲ୍ ଯାଇଥିଲେ ବର୍ଷା ପ୍ରିୟଦର୍ଶିନୀ ଏମିତି କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ସ୍ଵାମୀ ଅନୁଭବ ମହାନ୍ତିଙ୍କ ସହିତ ଝଗଡ଼ା ପରେ ଏବେ ବର୍ଷା ପ୍ରିୟଦର୍ଶିନୀ ଅଲଗା ରହୁଛନ୍ତି ଏବଂ ଏହାକୁ ନେଇ କାଲି ଅନୁଭବ ମହାନ୍ତି କିଛି ରୋଚକକର ତଥ୍ୟ ପୋଷ୍ଟ କରିଥିଲେ ଯେଉଁଥିରେ ଲେଖିଥିଲେ ଯେ ବର୍ଷା ଆମ ପିଛା ଛାଡ଼ିଦିଅ ମୋ ବାପା ବୋହୁତ ଟେନ୍ସନ୍ ରେ ଅଛନ୍ତି |
ଏବଂ ସେଥିପାଇଁ ସେ ହସ୍ପିଟାଲ୍ ରେ ପଡିଛନ୍ତି ଅନୁଭବ ମହାନ୍ତିଙ୍କ ଏହି ପୋଷ୍ଟ ପରେ ବର୍ଷା ପ୍ରିୟଦର୍ଶିନୀ ହସ୍ପିଟାଲ୍ ଯାଇଥିବା ନେଇ ଚର୍ଚ୍ଚା ହେଉଛି ଏବଂ କୁହାଯାଉଛି ତାଙ୍କ ଶଶୁରଙ୍କୁ ଯାଇ ଦେଖା କରିଥିଲେ ବର୍ଷା ପ୍ରିୟଦର୍ଶିନୀ। ଏଭଳି ଚର୍ଚ୍ଚା ଏବେ ଜୋର୍ ଧରିଛି ଯେ ବର୍ଷା ପ୍ରିୟଦର୍ଶିନୀ ସବୁ ରାଗଋଷା ଭୁଲି ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ପାଖକୁ ଯାଇଥିଲେ ଏବଂ ସେଠାରେ ତାଙ୍କୁ ହସ୍ପିଟାଲ୍ ରେ ଦେଖା କରିଥିବାର ସୂଚନା ମିଳିଛି |
ତେବେ ଏହି ତଥ୍ୟଟି କେତେଦୂର ସତ୍ୟ ତାହା ତ ଜଣା ପଡିନାହିଁ କିନ୍ତୁ ବର୍ଷା ପ୍ରିୟଦର୍ଶିନୀଙ୍କ ଏକ ଫଟୋ ହସ୍ପିଟାଲ୍ ରେ ଥିବା ସମୟର ଏକ ଫଟୋ ଖୁବ୍ ଭାଇରାଲ ହେଉଛି ଯେଉଁଥିରେ କୁହାଯାଉଛି ଯେ ଅନୁଭବ ମହାନ୍ତିଙ୍କ କଥା ଶୁଣି ସାରିବା ପରେ ବର୍ଷା ପ୍ରିୟଦର୍ଶିନୀ ଏବେ ଯାଇଥିଲେ ହସ୍ପିଟାଲ୍ ଏବଂ ତାଙ୍କ ବାପାଙ୍କୁ ଦେଖାକରି ଆସିଛନ୍ତି ବୋଲି ଶୁଣିବାକୁ ମିଳୁଛି।
ତେବେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଅନେକ ଦିନ ହେଲା ଛାଡ଼ପତ୍ର ମାମଲା ଚାଲୁ ରହିଛି ଏବଂ ଏଥି ମଧ୍ୟରେ ଅନୁଭବ ମହାନ୍ତିଙ୍କୁ କୋର୍ଟ ଅନେକ ନିର୍ଦ୍ଦେଶ ଦେଇଛି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କୁ ମଧ୍ୟ ଅନେକ ନିର୍ଦ୍ଦେଶ ଦିଆଯାଇଛି ଏବଂ ଦୁହେଁ ସବୁ ନିର୍ଦ୍ଦେଶକୁ ମାନିଛନ୍ତି ଏଭଳିକି ବର୍ଷା ପ୍ରିୟଦର୍ଶିନୀଙ୍କୁ ତାଙ୍କ ଶାଶୂଘର ଠାରୁ ଅଲଗା କରିବାକୁ କୁହାଯାଇଥିଲା ଏବଂ ସେ ବାହାରେ ଅନ୍ୟତ୍ର ରହୁଥିଲେ ଯାହା ଫଳରେ କି ଅନୁଭବ ମହାନ୍ତି ତାଙ୍କୁ ମାସିକ ୩୦ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ |
ଆଉ ଦେଉଛନ୍ତି ମଧ୍ୟ ଆଉ ବର୍ଷା ପ୍ରିୟଦର୍ଶିନୀଙ୍କୁ ଏବେ ତାଙ୍କ ମାଆଙ୍କ ସହିତ ରହୁଥିବାର ଦେଖିବାକୁ ମିଳିଛି ଏବଂ ଅନେକ ସାମାଜିକ କାର୍ଯ୍ୟରେ ସାମିଲ ହେଉଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଛାଡପତ୍ର ଦେଇନଥିବାରୁ ତମେ ଆମ ପିଛା ଛାଡ଼ିଦିଅ ଏବଂ ମତେ ଖୁବ୍ ଶୀଘ୍ର ଛାଡ଼ପତ୍ର ଦେଇ ଦେଇ ଶାନ୍ତିରେ ରହିବାକୁ ଦିଅ ବୋଲି କହିଥିଲେ।