ପୁଣି ଓଡିଶାକୁ ମାଡି ଆସୁଛି ଭୟଙ୍କର ବାତ୍ୟା… ପାଣିପାଗ ବିଭାଗ Dele ସୂଚନା, ଆଗାମୀ ଏତେ ଦିନ ପ୍ରବଳ ବର୍ଷା… ଏଠାରେ ସବୁଠୁ ଅଧିକ ହେବ

ନମସ୍କାର ବନ୍ଧୁଗଣ ବର୍ତ୍ତମାନର ବଡ଼ ଖବର ପାଣିପାଗକୁ ନେଇ ପୁଣି ଆସୁଛି ନୂଆ ସୂଚନା ରାଜ୍ୟରେ ଆରମ୍ଭ ହେଲା ପ୍ରବଳରୁ ଅତି ପ୍ରବଳ ବର୍ଷା ଅସନ୍ତାକାଲି ଲଘୁଚାପ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ନିଂ ଜାରି ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତେବେ ଦର୍ଶକ ବନ୍ଧୁ ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା।

ତେବେ ପଶ୍ଚିମ କେନ୍ଦ୍ର ବଙ୍ଗୋପ ସାଗର ଓ ସଂଲଗ୍ନ ଆନ୍ଦ୍ରପ୍ରଦେଶ ଉପକୁଳ ଉପରେ ଏବେ ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ୪.୫ କିଲୋମିଟର ଉଚ୍ଚତାରେ ରହିଛି ଏହାର ପ୍ରଭାବରେ ଆସନ୍ତା କାଲି ଏକ ଲାଗିଛି କ୍ଷେତ୍ର ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ତେବେ ଏହା ଫଳରେ ରାଜ୍ୟରେ ୭ ତାରିଖରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଆରମ୍ଭ ହେବ ବୋଲି ସମ୍ଭାବନା ରହିଛି |

ଅନ୍ୟପକ୍ଷେ ମୌସୁମୀ ଜନିତ ନିମ୍ନ ଚାପରେଖା ବିଗାନେର ଶିବପୁରି ସମ୍ବଲପୁର ରାୟପୁର ଓ ଭୁବନେଶ୍ବର ହୋଇ ଦକ୍ଷିଣ ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ଆଡ଼କୁ ଗତି କରୁଛି ଏହାର ପ୍ରଭାବରେ ଆଜି ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବିଶେଷ କରି ମାଲକାନଗିରି କୋରାପୁଟ ନବରଙ୍ଗପୁର ରାୟଗଡ଼ା କଳାହାଣ୍ଡି ଗଜପତି ଗଞ୍ଜାମ ପୁରୀ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି |

ସେହିଭଳି ରାତି ସୁଧା ମାଲକାନଗିରି କୋରାପୁଟ ନବରଙ୍ଗପୁର ରାୟଗଡ଼ା ଗଜପତି ଗଞ୍ଜାମ କନ୍ଧମାଳ ପୁରୀ ଅନୁଗୁଳ ଖୋର୍ଦ୍ଧା ନୟାଗଡ଼ ବୌଦ୍ଧ କେନ୍ଦ୍ରାପଡ଼ା ଜଗତସିଂହପୁର ଓ ଭଦ୍ରକ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ନିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ଆସନ୍ତାକାଲି ଠାରୁ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ |

ତେବେ ୭ ତାରିଖ ଦିନ ମାଲକାନଗିରି କୋରାପୁଟ ନବରଙ୍ଗପୁର ରାୟଗଡ଼ା ଓ ଗଜପତି ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏଣୁ ଏହିସବୁ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ ଜାରି ହୋଇଛି ତେବେ ୮ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ ପୁରୀ ଗଞ୍ଜାମ ଗଜପତି ମାଲକାନଗିରି କୋରାପୁଟ ଜଗତସିଂହପୁର ଆଦି ଜିଲ୍ଲାରେ ସେଦିନ ପ୍ରବଳରୁ ଅତି ପ୍ରବଳ ବର୍ଷିବ ଏଣୁ ଏହି ୬ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ନିଂ ଜାରି ହୋଇଛି |

ନୟାଗଡ଼ କଟକ କେନ୍ଦ୍ରାପଡ଼ା ଜଗତସିଂହପୁର ଯାଜପୁର ଭଦ୍ରକ ବାଲେଶ୍ବର ଢେଙ୍କାନାଳ ଗଜପତି ଗଞ୍ଜାମ କନ୍ଧମାଳ ବୌଦ୍ଧ ରାୟଗଡ଼ା କଳାହାଣ୍ଡି ନବରଙ୍ଗପୁର ସୋନପୁର ବରଗଡ଼ ଓ ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ନିଂ ଜାରି କରାଯାଇଛି ତେବେ ଗତକାଲି ଭୁବନେଶ୍ୱର ସମେତ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହୋଇ ଯାଇଥିବା ବେଳେ ଆଜି ଅପରାହ୍ନରୁ ବର୍ଷା ଆରମ୍ଭ ହୋଇଛି ଏଥିସହିତ ରାଜଧାନୀ ଭୁବନେଶ୍ଵରର ସର୍ବୋଚ୍ଚ ତାପମାତ୍ରା ୩୩° ଓ ସର୍ବନିମ୍ନ ରାତ୍ରିର ତାପମାତ୍ରା ୨୬° ମଧ୍ୟରେ ରହିଛି ତେବେ ବର୍ଷା ସହିତ ବଜ୍ରପାତ ଏବଂ ପବନର ବେଗ ୫୦ ରୁ ୬୦ କିଲୋମିଟର ରହିପାରେ ବୋଲି ଆକଳନ କରାଯାଇଛି।

Share Your Views In Comments Below

comments