ବଲିଉଡ ଏବଂ ସାଉଥ ଫିଲ୍ମ ଅଭିନେତ୍ରୀ କାଜଲ ଅଗ୍ରୱାଲ ଗତ ମାସ ବିବାହ ବନ୍ଧନରେ ବନ୍ଧା ହୋଇଥିଲେ। ସେ ବ୍ୟବସାୟୀ ଗୌତମ କିଚଲୁଙ୍କୁ ବିବାହ କରିଛନ୍ତି। ଆଜିକାଲି କାଜଲ ତାଙ୍କ ସ୍ୱାମୀଙ୍କ ସହ ମାଲଦିବରେ ହନିମୁନ୍ ସମୟ ଉପଭୋଗ କରୁଛନ୍ତି। ଅଭିନେତ୍ରୀ ହନିମୁନ୍ର ଅନେକ ଚିତ୍ର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଚିତ୍ରଗୁଡ଼ିକରେ ଦୁହିଁଙ୍କ ରୋମାଣ୍ଟିକ୍ ଅନ୍ଦାଜ ଲୋକମାନଙ୍କୁ ଖୁବ ପସନ୍ଦ ଆସୁଛି |
କହିରଖୁଛୁ ଯେ ନିକଟରେ ପ୍ରକାଶିତ ଫଟୋଗୁଡ଼ିକରେ ଏହି କପଲ ଅଣ୍ଡର ୱାଟର ରୋମାନ୍ସ କରୁଥିବା ନଜର ଆସିଛନ୍ତି | କାଜଲ ସେୟାର କରିଥିବା ଚିତ୍ରଗୁଡ଼ିକରେ ସେ ଏକ ନୀଳ ବ୍ୟାକଲେସ୍ ଡ୍ରେସ ପିନ୍ଧିଛନ୍ତି | ଏଥି ସହିତ ଗୌତମ କିଚଲୁଙ୍କୁ ସାର୍ଟ ଏବଂ ଜିନ୍ସରେ କାଜୁଆଲ୍ ଲୁକରେ ଦେଖିବାକୁ ମିଳିଛି | ଉଭୟ ପାଣି ଭିତରେ ଏକ ବେଡରୁମରେ ବସିଛନ୍ତି ଏବଂ ସେମାନଙ୍କ ଚାରିପାଖରେ ଅନେକ ମାଛ ଅଛନ୍ତି |
ହନିମୁନର ଚିତ୍ରଗୁଡ଼ିକରେ କାଜଲ ଅଗ୍ରୱାଲ ସ୍ୱାମୀ ଗୌତମ କିଚଲୁଙ୍କ ସହ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି। ଫଟୋ ସେୟାର କରି କାଜଲ ଅଗ୍ରୱାଲ ଲେଖିଛନ୍ତି, “ମୁଁ ମାଛ ଆଡ଼କୁ ଦେଖୁଛି ନା ମାଛମନେ ମୋତେ ଦେଖୁଛନ୍ତି?
ଏହାପୂର୍ବରୁ କାଜଲ ହନିମୁନ୍ର ଅନ୍ୟ ଅନେକ ଚିତ୍ର ସେୟାର କରିଥିଲେ। ଏହି ଚିତ୍ରଗୁଡିକରେ ଉଭୟଙ୍କର ରୋମାଣ୍ଟିକ ଅନ୍ଦାଜକୁ ପ୍ରଶଂସକମାନେ ଖୁବ ପସନ୍ଦ କରୁଛନ୍ତି | ଉଭୟଙ୍କ ଏହି ଚିତ୍ରଗୁଡ଼ିକ ଉପରେ ବହୁତ ଲାଇକ ଏବଂ କମେଣ୍ଟ ଆସୁଛି | ସୋସିଆଲ ମିଡିଆରେ ଆଜିକାଲି କାଜଲଙ୍କ ହନିମୁନ୍ର ଫଟୋଗୁଡିକ ଖୁବ ପ୍ରଦର୍ଶିତ ହେଉଛି। ଏହି ଚିତ୍ରଗୁଡ଼ିକରେ କାଜଲ ସମୁଦ୍ର କୂଳରେ ଅଛନ୍ତି ଏବଂ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି | ଚିତ୍ରଗୁଡ଼ିକରେ, କାଜଲ ସ୍କାଇ ନୀଳ କ୍ରପ ଟପ ଏବଂ ସ୍କର୍ଟରେ ଦେଖାଯାଉଛନ୍ତି |