ସୁପ୍ରିମ କର୍ଟ କହିଛନ୍ତି ଯେ ‘ନ୍ୟାସନାଲ୍ ଏଡ଼ସ କଣ୍ଟ୍ରୋଲ୍ ସଂଗଠନ’ ଏବଂ ଜିଲ୍ଲାର ଅନୁଷ୍ଠାନଗୁଡ଼ିକୁ ଚିହ୍ନଟ କରାଯାଇଥିବା ଯୌନ କର୍ମୀ ମାନଙ୍କୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳ ର ସରକାର ରାଶନ ଯୋଗାଇଦେବା ଉଚ୍ଚିତ |
କେନ୍ଦ୍ର ସରକାର ସୁପ୍ରିମ କୋର୍ଟ ର ନିଷ୍ପତି ରେ ସମତି ପ୍ରଦାନ କରି, ରାଜ୍ୟର ସମସ୍ତ ସ୍ୱୀକୃତି ପ୍ରାପ୍ତ ଯୌନ କର୍ମୀ ଙ୍କୁ କାମ ଦାମ ବା ରିହାତିରେ ରାଶନ ଯୋଗାଇ ଦିଆଯିବ ବୋଲି ଘେଷଣା କରିଛନ୍ତି |
ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଏକ ଜନହିତ ମାମଲା ର ଶୁଣାଣି କରି କହିଛନ୍ତି ଯେ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଂଚଳର ସମସ୍ତ ଯୌନ କର୍ମୀ ଙ୍କୁ ରାଶନ ର ବ୍ୟବସ୍ତା କରାଯାଉ |
କୋର୍ଟ କହିଛନ୍ତି ଯେ ‘ନ୍ୟାସନାଲ୍ ଏଡ଼ସ କଣ୍ଟ୍ରୋଲ୍ ସଂଗଠନ’ ଏବଂ ଜିଲ୍ଲାର ଅନୁଷ୍ଠାନଗୁଡ଼ିକୁ ଚିହ୍ନଟ କରାଯାଇଥିବା ଯୌନ କର୍ମୀ ମାନଙ୍କୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳ ର ସରକାର ରାଶନ ଯୋଗାଇଦେବା ଉଚ୍ଚିତ |
କୋର୍ଟ କହିଛନ୍ତି ଯେ ସମସ୍ତ ଯ ସେକ୍ସ ନ କର୍ମୀଙ୍କୁ ଜାତୀୟ ନାମଲେଖା ସଂଗଠନ ଏବଂ ଯ ସେକ୍ସ ନ ପ୍ରତିଷ୍ଠାନ ଦ୍ୱାରା ଚିହ୍ନଟ କରାଯାଇଛି। କର ଏବଂ କେନ୍ଦ୍ର ଦିଆଯାଇଥିବା ଅର୍ଥର ପରିମାଣ ପାଇବା ଉଚିତ୍ |ଅଦାଲତ ଏହା ମଧ୍ୟ କହିଛି ଯେ ରାସନ ଦେବାବେଳେ ସରକାରୀ ଏଜେନ୍ସି ଗୁଡିକ ରାଶନ କାର୍ଡ ଦେଖେଇବା ପାଇଁ ବାଧ୍ୟ କରିପାରିବେ ନାହିଁ ।
କରନା ଭାଇରସ ସଂକ୍ରମଣ କାରଣ ରୁ ଭୋକ ଉପାସରେ ଦିନ କାଟୁଥିବା ଯୌନ କର୍ମୀ ମାନଙ୍କର ସମସ୍ୟାର ଶୁଣାଣି କରିବାକୁ ଯାଇ ଅଦାଲତ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳ 4 ସପ୍ତାହ ମଧ୍ୟରେ ରାଜ୍ୟ, କେନ୍ଦ୍ର ଶାସିତ ଅଂଚଳ ଗୁଡିକ କେତେଜଣକୁ ରାଶନ ଯୋଗାଇ ଦିଆଗଲା ତାହାର ଆପିଡେ଼ଫିଟ ଦାଖଲ କରିବାକୁ କୁହାଯାଇଥିଲା |
କେନ୍ଦ୍ର ସରକାର ଯୌନ କର୍ମୀ ମାନଙ୍କୁ ରାଶନ ଯୋଗାଇବା ପାଇଁ ସହମତି ପ୍ରଦାନ କରିଛନ୍ତି |
ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ଏହା ମଧ୍ୟ କହିଛନ୍ତି ଯେ ଟ୍ରାନ୍ସଜେଣ୍ଡରମାନଙ୍କୁ ଯେପରି 1500 ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି, ସେହି ପରି ଯୌନ କର୍ମୀ ମାନଙ୍କୁ ମଧ୍ୟ ସମାନ ଭାବେ ଏହା ଦିଆଯାଇପାରିବ |
କୋର୍ଟର ପ୍ରଶ୍ନ ର ଉତ୍ତରରେ କେନ୍ଦ୍ରର ଓକିଲ କହିଛନ୍ତି ଯେ ଏହା ଉପରେ ସରକାରଙ୍କ ନିର୍ଦ୍ଦେଶ ନେଇ ସେ କୋର୍ଟରେ ସୂଚନା ଦେବେ।
ସୁପ୍ରିମ କୋର୍ଟର ଏହି ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଯୌନ କର୍ମୀଙ୍କୁ ରାସନ କାର୍ଡ ପ୍ରଦାନ ସମେତ ଅନ୍ୟାନ୍ୟ ବ୍ୟବସ୍ଥାକୁ ନେଇ ଜବାବ ଦେବେ।