କ୍ୟାନସର ରୋଗରୁ ଠିକ ହେବାପରେ ଏବେ ଏମିତି ହେଇଯାଇଛି Sanjay Dutt ଙ୍କର ଅବସ୍ଥା, ଦେଖିଲେ ଆଖିରେ ଲୁହ ଆସିଯିବ…

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ନିକଟରେ ତାଙ୍କ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି | ସେ କହିଛନ୍ତି ଯେ ଫୁସଫୁସ କର୍କଟ ବିରୋଧରେ ଯୁଧ୍ୟ ଜିତି ନେଇଛନ୍ତି ଏବଂ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଆସିଛନ୍ତି | ନିଜ ଜନ୍ମଦିନରେ ତାଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ଯେ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି | ଏବେ କର୍କଟଙ୍କୁ ପରାସ୍ତ କରିବା ପରେ ମଧ୍ୟ ବାବା ତାଙ୍କ ଲୁକ ବଦଳାଇଛନ୍ତି। ସଞ୍ଜୟ ଦତ୍ତଙ୍କ ଏହି ଲୁକ୍ ତାଙ୍କ ହେରେଷ୍ଟେଲିଷ୍ଟ ଆଲିମ ହକିମ ତାଙ୍କର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି | ନୂଆ ଲୁକରେ ବାବା ପୁରା କୁଲ ଦେଖାଯାଉଛନ୍ତି |

ଆଲିମ ଇନଷ୍ଟାଗ୍ରାମରେ ସଞ୍ଜୟ ଦତ୍ତଙ୍କର କିଛି ଛବି ସେୟାର କରିଛନ୍ତି, ଯେଉଁଥିରେ ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଲୁକ୍ କିପରି ଲାଗୁଛି | ଚିତ୍ରରେ ଏହା ଦେଖିବାକୁ ମିଳେ ଯେ ଆଲିମ ସଞ୍ଜୟଙ୍କ କେଶକୁ ପ୍ଲାଟିନମ୍ ବ୍ଲୋଣ୍ଡେ ଲୁକ୍ ଦେଇଛନ୍ତି | ଫଟୋରେ ବାବାଙ୍କ ଦାଢ଼ିକୁ ଧଳା ହିଁ ରଖିଛନ୍ତି | ନୀଳ ଟି-ସାର୍ଟ ଏବଂ ଆଖିରେ କଳା ଚଶମା ଲଗାଇଥିବା ସଞ୍ଜୟ ବିଶ୍ୱାସୀ ଏବଂ କୁଲ ଦେଖାଯାଉଛନ୍ତି |

ସଞ୍ଜୟ ଅଗଷ୍ଟ 11 ରେ ଘୋଷଣା କରିଥିଲେ ଯେ ସେ ନିଜର ଚିକିତ୍ସା ପାଇଁ କିଛି ଦିନ କାମରୁ ବିରତି ନେଉଛନ୍ତି । ଏହାପରେ ସଞ୍ଜୟ ଫୁସଫୁସ କର୍କଟରେ ପୀଡିତ ଥିବା ଖବର ସାମ୍ନାକୁ ଆସିଥିଲା । ବାବା ମୁମ୍ବାଇର ‘କିଲାବେନ୍ ହସ୍ପିଟାଲ୍’ରେ ଚିକିତ୍ସିତ ହେଉଥିଲେ । କିନ୍ତୁ ଏବେ ସଞ୍ଜୟ ଦତ୍ତ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ଏବଂ ଏହାର ସୂଚନା ସେ ନିଜେ ଦେଇଛନ୍ତି |

ଅଭିନେତା ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ମୋ ପରିବାର ପାଇଁ ଗତ କିଛି ସପ୍ତାହ ଅତ୍ୟନ୍ତ କଷ୍ଟଦାୟକ ସମୟ ଥିଲା ‘। କିନ୍ତୁ କୁହାଯାଏ ଜେଜେ ସବୁଠାରୁ ଶକ୍ତିଶାଳୀ ଯୋଦ୍ଧାଙ୍କୁ ହିଁ ଭଗବାନ ସବୁଠାରୁ କଠିକ ଯୁଧ୍ୟ କରିବାକୁ ଦେଇଥାନ୍ତି | ଆଜି ମୁଁ ଖୁସି ଯେ ମୋ ପିଲାମାନଙ୍କ ଜନ୍ମଦିନ ଅବସରରେ ମୁଁ ଏହି ଯୁଧ୍ୟକୁ ଜିତ୍ତିଯାଇଛି | ମୁଁ ମୋ ପିଲା ଏବଂ ପରିବାର ସହ ଖୁସିରେ ସମୟ ବିତାଇବାକୁ ସକ୍ଷମ ଅଟେ | କିନ୍ତୁ ଆପଣ ମାନଙ୍କ ଭଲ ପାଇବା ଏବଂ ପ୍ରାଥନା ବିନା ଏହା ଅସମ୍ଭବ ଅଟେ | ମୁଁ ମୋର ବନ୍ଧୁ ତଥା ପ୍ରଶଂସକ ମାନଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରୁଛି ଯେଉଁ ମାନେ ଏହି ଘଡ଼ିସନ୍ଧି ମୁହୁର୍ତରେ ମୋତେ ପ୍ରେରଣା ଯୋଗେଇଥିଲେ |

Share Your Views In Comments Below

comments