ନମସ୍କାର ବନ୍ଧୁଗଣ ପୂର୍ବତନ ସରପଞ୍ଚ ଥିଲେ ସ୍ଵାମୀ ତାଙ୍କୁ ହତ୍ୟା କରାଗଲା ପୁଣି ସରପଞ୍ଚ ହୋଇଥିଲେ ସ୍ତ୍ରୀ ଆଉ ଆଜି ସ୍ତ୍ରୀକୁ ବି ହତ୍ୟା କରାଗଲା ଯାହାକି ପରିବାର ଲୋକେ ଅଭିଯୋଗ କରିଛନ୍ତି ଆଜି ସରପଞ୍ଚ ଦିପାରାଣୀ ବେହେରାଙ୍କ ମୃ-ତ୍ୟୁ ହୋଇଛି ଯାହାକୁ ନେଇ ସବୁଆଡେ ଛାଇ ଯାଇଛି ଦୁଃଖଦ ଛାୟା ମୁଣ୍ଡ ଉପରେ ଚଢ଼ିଗଲା ହାଇୱା ସେଇଠି ଚାଲିଗଲା ଦିପାରାଣୀଙ୍କ ଜୀବନ ହସ ଖୁସିରେ ଜୀବନ ବିତାଉଥିବା ବିଲେଟରେ ଆସୁଥିଲେ ଆଉ ତାଙ୍କ ଉପରେ ଚଢ଼ିଗଲା ହାଇୱା ଏବେ ପରିବାରକୁ ସୁଚିନ୍ତିତ ଭାବରେ ହତ୍ୟା କରାଯାଇଛି |
ତେବେ ୨୦୧୮ ରେ ରାମଚନ୍ଦ୍ରପୁରରେ ସରପଞ୍ଚ ଥିଲେ ସ୍ଵାମୀ ଅଜୟ ବେହେରା ଆଉ ତାଙ୍କର ବି ମିଳିଥିଲା ଖଣ୍ଡ ବିଖଣ୍ଡିତ ଶରୀର ୨୦୧୯ ରେ ଦିଅର ଦେଢ଼ସୁର ଆଉ ସମ୍ପର୍କୀୟ ଦିଅରଙ୍କ ହତ୍ୟା ମଧ୍ୟ କରାଯାଇଥିଲା ତେବେ ଏବେ ସେହି ପରିବାରରୁ ବୋହୂ ମଧ୍ୟ ଚାଲିଗଲା ତଥା ପୂର୍ବତନ ସରପଞ୍ଚଙ୍କ ସ୍ତ୍ରୀ ବର୍ତ୍ତମାନର ସରପଞ୍ଚ ଦିପାରାଣୀଙ୍କ ଏଭଳି ଘଟିଛି ମୃ-ତ୍ୟୁ। ତେବେ ପୁରା ପରିବାର ଯେମିତି ସରପଞ୍ଚ ପଦବୀ ପାଇଁ ନିଜ ପରିବାରର ଗୋଟିଏ ପରେ ଗୋଟିଏ ସଦସ୍ୟଙ୍କୁ ହରାଇ ବସିଛନ୍ତି |
ଆଉ ଏହିଭଳି ଭାବେ ପରିବାର ଯେମିତି ଶେଷ ହୋଇଗଲା ନିମାପଡ଼ାର ଡେଳେମା ଛକ ନିକଟସ୍ଥ ନକ୍ଷତ୍ର କଲ୍ୟାଣ ମଣ୍ଡପ ସମ୍ମୁଖରେ ଏଭଳି ଘଟଣା କିଛି ଘଟିଛି ବୁଲେଟକୁ ଧକ୍କା ଦେଲା ହାଇୱା ଆଉ ଘଟଣା ସ୍ଥଳରେ ମହିଳା ସରପଞ୍ଚଙ୍କ ମୃ-ତ୍ୟୁ ହୋଇଗଲା ଘଣ୍ଟା ଘଣ୍ଟା ଧରି ଉତେଜନା ମଧ୍ୟ ଦେଖା ଦେଇଥିଲା ଆଉ ପରିବାର ତରଫରୁ ଗୋଟିଏ ଅଭିଯୋଗ କରାଯାଉଛି ଯେ ପରିବାରକୁ ସଂପୂର୍ଣ୍ଣ ଟାର୍ଗେଟ କରାଯାଉଛି |
ଆଉ ଜଣଙ୍କ ପରେ ଜଣଙ୍କର ଜୀବନ ଯାଉଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ମହିଳା ସରପଞ୍ଚ ହେଉଛନ୍ତି ଦିପାରାଣୀ ବେହେରା ନିଜ ଭାଇଙ୍କ ସହିତ ଏକ ବୁଲେଟ ଯୋଗେ ନିମାପଡ଼ାରେ ବିବାହ ଭୋଜିରେ ଯୋଗ ଦେବାକୁ ଆସୁଥିଲେ ଆଉ ସେହି ସମୟରେ ଏକ ହାଇୱା ଧକ୍କା ଦେବାରୁ ସରପଞ୍ଚ ରାସ୍ତା ଉପରେ ପଡ଼ି ଯାଇଥିଲେ |
ଆଉ ତାପରେ ତାଙ୍କ ମୁଣ୍ତ ଓ ବେକରେ ହାଇୱା ଚଢ଼ି ଯାଇଥିଲା ଯାହାପରେ ଘଟଣା ସ୍ଥଳରେ ସରପଞ୍ଚଙ୍କ ମୃ-ତ୍ୟୁ ହୋଇ ଯାଇଥିଲା ତାଙ୍କର ଭାଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଆଉ ପରିବାର ଲୋକେ ଗୋଟିଏ ଅଭିଯୋଗ କରୁଛନ୍ତି ସରପଞ୍ଚ ପଦବୀ ପାଇବା ପରେ ତାଙ୍କୁ କୁଆଡେ ଟାର୍ଗେଟ କରାଯାଇଥିଲା ଆଉ ଏଭଳି ଭାବରେ ଏବେ ତାଙ୍କର ଜୀବନ ଚାଲିଗଲା।