ବୁଧବାର ସକାଳେ ବଲିଉଡର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଜେ ଓମ୍ ପ୍ରକାଶ ମୁମ୍ବାଇରେ ଅବସାନ ଘଟିଛି । ଯିଏ ବଲିଉଡ ଅଭିନେତା ରାକେଶ ରୋଶନଙ୍କ ଶ୍ୱଶୁର ଏବଂ ହ୍ରିତିକଙ୍କ ସମ୍ପର୍କରେ ଅଜା ଥିଲେ । ଯିଏ ଗତ କିଛି ମାସ ଧରି ଚିକତ୍ସା ବିହୀନ ରୋଗ ସହ ଯୁଧ୍ୟ କରୁଥିଲେ | ଆଜି ଅପରାହ୍ନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।
ବଲିଉଡରୁ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଧର୍ମେନ୍ଦ୍ର, ପ୍ରେମ ଚୋପଡା ଭଳି ଚଳଚ୍ଚିତ୍ର ତାରକାମାନେ ତାଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆସିଥିଲେ।
ପ୍ରଥମ ଫୋଟୋରେ ଆପଣ ଦେଖିପାରିବେ ଯେ ହ୍ରିତିକ ରୋଶନ ଅନ୍ତିମ ଶୋଭା ଯାତ୍ରା ସମୟରେ ତାଙ୍କ ହାତରେ ଏକ ମାଟିପାତ୍ର ଧରିଛନ୍ତି | ସେହିଭଳି ପିତା ରାକେଶ ତାଙ୍କ ଶଶୁରଙ୍କୁ କାନ୍ଧ ଦେଇଛନ୍ତି । ଯାହାଙ୍କର ବିୟୋଗ କେବଳ ବଲିଉଡ ନୁହେଁ ସମଗ୍ର ରୋଶନ ପରିବାରକୁ ଆଘାତ ଦେଇଛି ।
ଆପଣ ଏହି ଫୋଟୋଗୁଡିକ ଦେଖିପାରିବେ, ଅଜାଙ୍କର ନିଧନରେ ହ୍ରିତିକ୍ କେତେ ଦୁଃଖିତ ଦେଖାଯାଉଛନ୍ତି | ତାଙ୍କ ଭଉଣୀ ମଧ୍ୟ ଅଜାଙ୍କର କୋକେଇ ଉଠିବା ମାତ୍ରେ କାନ୍ଦୁଥିବା ଦେଖାଯାଏ | ଉଭୟ ଭାଇଭଉଣୀ ନିଜ ଅଜାଙ୍କୁ ହରାଇବା ଦୁଃଖରେ ମ୍ରିୟମାଣ ହୋଇପଡିଥିବା ଜଣାପଡିଛି |
ଛାଡପତ୍ର ଦେବା ପରେ ମଧ୍ୟ ସୁଜାନ ଖାନ ତାଙ୍କ ପୂର୍ବ ସ୍ୱାମୀଙ୍କୁ ଦୁଃଖ ସମୟରେ ସାନ୍ତ୍ୱନା ଦେବାକୁ ଆସିଥିଲେ | ହ୍ରିତିକ ରୋଶନ କିଛି ବର୍ଷ ପୂର୍ବେ ପତ୍ନୀ ସୁଜାନ ଖାନଙ୍କ ଠାରୁ ବିବାହ ବିଚ୍ଛେଦ କରିନେଇଥିଲେ | ଯିଏ ଆଜି, ତାଙ୍କ ସ୍ୱାମୀଙ୍କ ଅଜାଙ୍କ ମୃତ୍ୟୁରେ ପୂର୍ବତନ ସ୍ୱାମୀଙ୍କୁ ସାନ୍ତ୍ୱନା ଦେବା ପାଇଁ ପହଞ୍ଚିଥିଲା | ଏଥିସହ ହ୍ରିତିକଙ୍କ ଦୁଇ ପୁଅଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଯଦିଓ ହ୍ରିତିକ ଏବଂ ସୁଜେନ ଆଜି ଅଲଗା ହୋଇଯାଇଛନ୍ତି, ତଥାପି ଉଭୟ ପୁଅ ପାଇଁ ବନ୍ଧୁ ଭାବେ ରହିଛନ୍ତି | ସେମାନଙ୍କୁ ପ୍ରାୟତ ଅନେକ ସମୟରେ ଏକାଠି ଦେଖାଯାଏ |