ନମସ୍କାର ବନ୍ଧୁଗଣ, ଆମ ମଧ୍ୟରୁ ଅଧିକାଂଶ ଲୋକେ ସିରିଏଲ ଦେଖିବାକୁ ଭଲ ପାଆନ୍ତି ଏବଂ କିଛି ଲୋକ ଏଭଳି ମଧ୍ୟ ଥାନ୍ତି ଯେଉଁମାନେ ସିରିଏଲ ପାଇଁ ଏତେ ପାଗଳ ଥାନ୍ତି କି ସିରିଏଲରେ ଅଭିନୟ କରିଥିବା ଚରିତ୍ରର ବାସ୍ତବ ଜୀବନ ବିଷୟରେ ସବୁ କିଛି ଜାଣିବାକୁ ଚାହାଁନ୍ତି, ତେବେ ଆଜିର ଏହି ପୋଷ୍ଟ ମଧ୍ୟ ଆମେ ସିରିଏଲ ଲଭରଙ୍କ ପାଇଁ ଆଣିଛୁ |
ଆଜିର ଏହି ପୋଷ୍ଟ ରେ ଆମେ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ତାରାତାରିଣୀ ର ରୁପମଙ୍କ ବିଷୟରେ ଆଲୋଚନା କରିବା | ରୁପମଙ୍କୁ ଆପଣ ସମସ୍ତେ ଭଲ ଭାବରେ ଜାଣି ଥିବେ, କାରଣ ଆଜି ସେ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ କଳାକାର | କିନ୍ତୁ ଆଜି ସେ ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ସେହି ସ୍ଥାନକୁ ଯିବା ପାଇଁ ସେ ଅନେକ କଷ୍ଟ କରିଛନ୍ତି |
ଅନସ୍କ୍ରିନ ରୁପମଙ୍କ ବାସ୍ତବ ନାମ ଅଶ୍ୱିନ | ସେ ତାରାତାରିଣୀ ଧାରାବାହିକରେ ମୁଖ୍ୟ ଭୂମିକାରେ ଅଭିନୟ କରି ଅନେକ ଲୋକଙ୍କ ହୃଦୟକୁ ଜିତିଛନ୍ତି, ଏବଂ ତାଙ୍କ ଦୃଢ ଅଭିନୟ ପାଇଁ ଏହି ସିରିଏଲ ଆଜି ଏତେ ଲୋକପ୍ରିୟ ହୋଇପାରିଛି | ଅଶ୍ବିନୀ ଏକ ଆଲବମ ଅଭିନେତା ରୂପେ ନିଜ କ୍ୟାରିୟର ଆରମ୍ଭ କରିଥିଲେ | କିନ୍ତୁ ପରେ ସେ ଚଳଚିତ୍ର ଏବଂ ସିରିଏଲ ରେ ଅଭିନୟ କରିଥିଲେ |
ରୁପମଙ୍କୁ ଆପଣ ପୁଅ ଭୂମିକା ଦେଖିଥିବେ ଏବଂ ଝିଅ ଭୂମିକାରେ ମଧ୍ୟ, ଆଜ୍ଞା ହଁ ରୁପମ ଝିଅ ଭୂମିକାରେ ମଧ୍ୟ ଅଭିନୟ କରି ଲୋକଙ୍କୁ ଇମ୍ପ୍ରେସ କରିଛନ୍ତି | କିନ୍ତୁ ସେ ଆଶା କରୁଥିବା ସଫଳତା ଚଳଚିତ୍ରରୁ ପାଇ ପାରି ନଥିଲେ ଏବଂ ଧାରାବାହିକରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ |
ପ୍ରକୃତ ସଫଳତା ରୁପମ ଚରିତ୍ର ତାଙ୍କୁ ଦେଇଥିଲା ଏବଂ ଘରେ ଘରେ ପରିଚିତ କରିଥିଲା | ଅଶ୍ୱିନୀ ବାସ୍ତବ ଜୀବନରେ ବିବାହ ଏବଂ ତାଙ୍କର ଗୋଟେ ଝିଅ ଅଛି | ଯାହାକୁ ସେ ନିଜ ଜୀବନ ଠାରୁ ଅଧିକ ଭଲ ପାଆନ୍ତି |
ନିଜ ଅଭିନୟ କ୍ୟାରିୟର ପାଇଁ ଅଶ୍ବିନ ପରିବାର ସହ ଭୁବନେଶ୍ୱରରେ ରୁହନ୍ତି | ଏକ ସାକ୍ଷାତକାରରେ ସେ କହିଥିଲେ ଯେ ତାଙ୍କୁ ବୁଲିବାକୁ ଅଧିକ ଭଲ ଲାଗେ | ଏବଂ ସେ ତାଙ୍କ ଅଭିନୟ ବିଷୟରେ ମଧ୍ୟ କହିଥିଲେ ଯେ ସେ ତାଙ୍କ ଜୀବନରେ ସମସ୍ତ ପ୍ରକାର ଚରିତ୍ରରେ ଅଭିନୟ କରିବାକୁ ଚାହାଁନ୍ତି |
ଧାରାବାହିକ ତାରାତାରିଣୀ ପୂର୍ବରୁ ଅଶ୍ୱିନ ଅନ୍ୟ ଏକ ପ୍ରସିଦ୍ଧ ଧାରାବାହିକ ମାନିନୀରେ ମଧ୍ୟ ଅଭିନୟ କରିଥିଲେ ଏବଂ ଅନେକ କମେଡି ସୋ ରେ ମଧ୍ୟ କାମ କରିଛନ୍ତି | ଆମେ କେବଳ ତାଙ୍କୁ ଏତିକି କହିବୁ ଯେ ତାଙ୍କ ପରିଶ୍ରମର ମୂଲ୍ୟ ତାଙ୍କୁ ମିଳୁ ଏବଂ ସେ ଅନେକ ସଫଳତା ହାସଲ କରନ୍ତୁ |
ତେବେ ଆପଣଙ୍କୁ ଏହି ପୋଷ୍ଟ ଏବଂ ରୁପମ ଓରଫ ଅଶ୍ୱିନ ଅଭିନୟ କିପରି ଲାଗେ କମେଣ୍ଟ କରି ନିଶ୍ଚୟ ଆମକୁ ଜଣାନ୍ତୁ |
ତାରାତାରିଣୀ ସିରିଏଲରେ ଅଭିନୟ କରୁଥିବା Rupam (Aswin) ଓ ତାଙ୍କ ପରିବାର… ଆଗରୁ କେବେବି ଦେଖିନ ଥିବେ
