ଆଜି ସନ୍ଧ୍ୟାର 3ଟି ବଡ ଖବର, Nabin ଦେଲେ ବଡ ଖୁସି ଖବର…

ନମସ୍କାର ବନ୍ଧୁଗଣ ମିଶନଶକ୍ତିର ମାଆ ମାନଙ୍କୁ ମିଳିବ ଇ-ସ୍କୁଟର ଅର୍ଥ ବହନ କରିବେ ସରକାର ଚଳିତ ବର୍ଷ ବଜେଟରେ ମିଶନଶକ୍ତି ବିଭାଗକୁ ୨୫ ସହ ୫୪ କୋଟିର ଅଧିକ ଟଙ୍କା ବ୍ୟୟ ବରାଦ କରାଯାଇଛି ଗତବର୍ଷ ତୁଳନାରେ ୨୭ ପ୍ରତିଶତ ଅଧିକ ଅର୍ଥ ବ୍ୟୟ ବରାଦ କରାଯାଇଛି ଏହାକୁ ନେଇ ସୂଚନା ଦେଉଛନ୍ତି ମିଶନଶକ୍ତି ମନ୍ତ୍ରୀ ଓ ସଚିବ ତେବେ ଚଳିତ ଥର ବଜେଟରେ ମିଶନଶକ୍ତିରେ ଦୁଇଟି ନୂଆ ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି |

ଯେହେତୁ ମିଶନଶକ୍ତି ସ୍କୁଟି ଯୋଜନା ଆରମ୍ଭ କରାଯାଇଛି ତେଣୁ ଏହାର ଲାଭ ଯେପରି ଅଧିକରୁ ଅଧିକ ମହିଳା ଉଠାଇବେ ସେଥିପାଇଁ ପ୍ରତି ଜିଲ୍ଲାରେ SHG ମହିଳାଙ୍କୁ ଡ୍ରାଇଭିଂ ଟ୍ରେନିଂ ଦେବାକୁ ଯୋଜନା କରାଯାଇଛି ଏହି ସଦସ୍ୟ ମାନଙ୍କୁ ମିଳିବ ଇଲେକ୍ଟ୍ରିକ୍ ସ୍କୁଟି ସେଥିପାଇଁ ବଜେଟ୍ ରେ ୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି।

ମାର୍ଚ୍ଚ ୧୦ ରୁ ମେଟ୍ରିକ୍ ପରୀକ୍ଷା କପି ରୋକିବାକୁ ୩୬ ସ୍ପେଶିଆଲ ସ୍କ୍ୱାର୍ଡ ଗଠନ ଖାତା ଦେଖିବା ଲାଗି ୫୪ ମୂଲ୍ୟାୟନ କେନ୍ଦ୍ର ତେବେ ଆସନ୍ତା ୧୦ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ମେଟ୍ରିକ୍ ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମେଟ୍ରିକ୍ ସମେଟିଭ ଅସେଶ୍ମେଣ୍ଟ ୨ ପରୀକ୍ଷା ସହ ଷ୍ଟେଟ ଓପନ୍ ସ୍କୁଲ୍ ସାର୍ଟିଫିକେଟ ଏବଂ ମଧ୍ୟମ ପରୀକ୍ଷା ହେବ ଏଥିରେ ମେଟ୍ରିକ୍ ରେଗୁଲାର ଏବଂ ଏକ୍ସରେଗୁଲାର ମଧ୍ୟମା ପରୀକ୍ଷାର୍ଥୀଙ୍କୁ ମିଶାଇ ୫ ଲକ୍ଷ ୪୨ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପାନ୍ ଏବଂ ଆଧାରକାର୍ଡକୁ ସଂଯୋଗ ଅବଧି ପାନକାର୍ଡ ଏବଂ ଆଧାର କାର୍ଡକୁ ସଂଯୋଗ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ଏହି ଅବଧି ମଧ୍ୟରେ ପାନକାର୍ଡ ଏବଂ ଆଧାର କାର୍ଡ ସଂଯୋଗ କରାନଗଲେ ପାନକାର୍ଡ ଅବୈଧ ଘୋଷିତ ହେବ ଏବଂ ବ୍ଲକ୍ ହୋଇଯିବ ବୋଲି କେନ୍ଦ୍ରୀୟ ଟିକସ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି |

ତେବେ ଏହି ସୂଚନା ଅନୁଯାୟୀ ଯଦି ପାନକାର୍ଡ ଧାରୀମାନେ ମାର୍ଚ୍ଚ ୩୧ ତାରିଖ ସୁଧା ସରକାର ଦେଇଥିବା ନିର୍ଦ୍ଦେଶକୁ ପାଳନ ନ କରନ୍ତି ସେମାନେ ଅନେକ ପ୍ରକାରରେ ଲାଭ ପାଇବାରେ ଅସୁବିଧାର ସମ୍ମୁଖୀନ ହେବେ ତେବେ ନିକଟରେ ସିବିଡିଟି ନିତିନ ଗୁପ୍ତା କହିଛନ୍ତି ଯେ ଦେଶରେ ମୋଟ ୬୧ କୋଟି ପାନକାର୍ଡ ଧାରୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ପ୍ରାୟ ୪୮ କୋଟି ଆଧାର ସହ ସଯୋଗକୃତ ହୋଇଛି।

Share Your Views In Comments Below

comments